ୟୁରୋପରେ ୭ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ନେଇପାରେ କରୋନା, ଚେତେଇଲା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ

ୟୁରୋପରେ ୭ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ନେଇପାରେ କରୋନା, ଚେତେଇଲା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ

ୟୁରୋପରେ ପୁଣିଥରେ କାୟା ବିସ୍ତାର କରିଛି କରୋନା। ଏଭଳି ସମୟରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଦ୍ଵାରା ପ୍ରକାଶିତ ଖବର ଚିନ୍ତାର କାରଣ ହୋଇଛି । ଆସନ୍ତା ମାର୍ଚ୍ଚ ସୁଦ୍ଧା ୟୁରୋପ ଓ ଏସିଆର ଆଂଶିକ ଅଞ୍ଚଳରେ ୭ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ନେଇପାରେ କରୋନା ଭାଇରସ । ବର୍ତ୍ତମାନ ସୁଦ୍ଧା ୟୁରୋପର ୫୩ଟି ରାଷ୍ଟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୫ ଲକ୍ଷ ପାର୍ ହୋଇଥିବାବେଳେ ଏବେବି ସଂକ୍ରମଣ ଜାରି ରଖିଛି।

ଏପରିକି ୟୁରୋପରେ ମୋଟ ମୃତ୍ୟୁ ସଂଖ୍ୟା ୨୨ ଲକ୍ଷରୁ ଅଧିକ ହୋଇପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି। ୟୁରୋପର ଅଧିକାଂଶ ରାଷ୍ଟ୍ରରେ କରୋନା ସଂକ୍ରମଣ ଗ୍ରାଫ ବଢିବା ସହ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି। ଅନେକ ରାଷ୍ଟ୍ରରେ ଲକଡାଉନ ପ୍ରକ୍ରିୟା ବି ଜାରି ରହିଛି। ସେପଟେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଆଶଙ୍କା ୟୁରୋପ ଓ ଏସିଆରେ ଚିନ୍ତା ସୃଷ୍ଟି କରିଛି। ଅନ୍ୟ ପକ୍ଷରେ ଲକ୍ ଡାଉନ୍ କୁ ବିରୋଧ କରି ୟୁରୋପର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ହଜାର ହଜାର ଲୋକ। ଯାହାକି କରୋନା ବ୍ୟାପିବାର ଏକ ମୁଖ୍ୟ କାରଣ ହୋଇପାରେ ୟୁରୋପରେ ବୋଲି କୁହାଯାଉଛି।ୟୁରୋପର ଫ୍ରାନ୍ସ, ଜର୍ମାନୀ ଓ ବ୍ରିଟେନରେ କରୋନା ଏବେ ଗଭୀର ସଙ୍କଟର କାରଣ ହୋଇଛି । କିଛି ରାଷ୍ଟ୍ର ଟିକାକରଣକୁ ଅଧିକ ଗୁରୁତ୍ବ ଦେଉଥିବା ସତ୍ତ୍ବେ ଟିକା ଅଭାବ ଯୋଗୁ ସମସ୍ୟାର ସମାଧାନ ହୋଇପାରୁନାହିଁ । ବର୍ତ୍ତମାନ ସଂକ୍ରମଣ ବୃଦ୍ଧି କାରଣରୁ ଅଷ୍ଟ୍ରିଆ, ନେଦରଲ୍ୟାଣ୍ଡ, ବେଲଜିୟମରେ ଲକଡାଉନ ଜାରି ରହିଛି । ବର୍ତ୍ତମାନ ୟୁରୋପ ଓ ଏସିଆରେ ଦୈନିକ ମୃତ୍ୟୁ ସଂଖ୍ୟା ୪ ହଜାର୨୦୦ରୁ ଅଧିକ ରହିଛି । କେବଳ ଋଷରେ ଦୈନିକ ୧୨ଶହ ଲୋକ ପ୍ରାଣ ହରାଉଛନ୍ତି ।