ଏମିତି ତୁଳସୀ ଘରେ କେବେ ବି ଘରେ ଲଗେଇବେ ନାହିଁ, ପୁରା ଘର ହେଇଯାଏ ବର୍ବାଦ

ଏମିତି ତୁଳସୀ ଘରେ କେବେ ବି ଘରେ ଲଗେଇବେ ନାହିଁ, ପୁରା ଘର ହେଇଯାଏ ବର୍ବାଦ
ଏମିତି ତୁଳସୀ ଘରେ କେବେ ବି ଘରେ ଲଗେଇବେ ନାହିଁ, ପୁରା ଘର ହେଇଯାଏ ବର୍ବାଦ

ବନ୍ଧୁଗଣ, ତୁଳସୀ ପୂଜା ହିନ୍ଦୁ ଧର୍ମର ଏକ ବହୁତ ପୁରୁଣା ପରମ୍ପରା ଅଟେ । ପ୍ରାଚୀନ କାଳରୁ ହିଁ ଘର ଅଗଣାରେ ତୁଳସୀ ପୂଜାର ପରମ୍ପରା ରହିଆସିଅଛି । ତାହା ଜଣେ ରାଜା ଙ୍କ ବାସ ଭବନ ହେଉ ଅଥବା ଜଣେ ଗରିବ ଲୋକର ଘର ହେଉ । ସମସ୍ତ ଘରରେ ତୁଳସୀ ଗଛର ଅବସ୍ଥିତି ଧାର୍ମିକ ଭାବରେ ଅନିର୍ବାର୍ଜ୍ୟ ଅଟେ । ତୁଳସୀ ଙ୍କ ପୂଜାରେ ବହୁତ ଅଧିକ ଲାଭର ପ୍ରାପ୍ତି ହୋଇଥାଏ । ପୂଣ୍ୟ ଫଳ ର ପ୍ରାପ୍ତ ହୋଇଥାଏ । ତୁଳସୀ ପୂଜା ରେ ମାତା ଲକ୍ଷ୍ମୀ ଙ୍କ କୃପା ମିଳିଥାଏ । ଯେଉଁ ଘରେ ତୁଳସୀ ଙ୍କ ପୂଜା ନିୟମିତ ଭାବରେ ହୋଇଥାଏ ସେହି ଘରେ ସ୍ଥାୟୀ ବାସ ହୋଇଥାଏ । ଆଜି ଆମ୍ଭେ ଆପଣ ମାନଙ୍କୁ ତୁଳସୀ ଗଛର ବିଶେଷତ୍ଵ ସମ୍ବନ୍ଧରେ କିଛି କହିବାକୁ ଯାଉଅଛୁ । ତୁଳସୀ ପୂଜା କରିବା ନିମନ୍ତେ ସର୍ବ ପ୍ରଥମେ ପ୍ରାତ କାଳରେ ଜଲ୍ଦି ଉଠିବାକୁ ହେବ । ସ୍ନାନ ପରେ ଆପଣ ଯେଉଁଠାରେ ତୁଳସୀ ଗଛ ରଖିଛନ୍ତି ସେଠାକୁ ଜାଆନ୍ତୁ, ପୂଜା ର ସମସ୍ତ ସାମଗ୍ରୀ ନିଜ ସହିତ ନେଇ ଆପଣ ତୁଳସୀ ଗଛ ନିକଟକୁ ଜାଆନ୍ତୁ । ଆପଣ ୩ ଥର ଜଳ ଅର୍ପିତ କରନ୍ତୁ । ଏହା ସହିତ ମାତା ତୁଳସୀ ଙ୍କ ପରିକ୍ରମା କରନ୍ତୁ ।

ତୁଳସୀ ଗଛରେ ଦୀପ ଜଳାଉଥିବା ବେଳେ ସୁଦ୍ଧ ଘୀଅ ର ଦୀପ ପ୍ରଜ୍ଵଳିତ କରନ୍ତୁ । ଆପଣ ଦୀପ ଲଗାଉଥିବା ବେଳେ ଦୀପାଲି ର ତଳେ ଅଳ୍ପ ଚାଉଳ ରଖନ୍ତୁ । ଯଦି ପ୍ରତିଦୀନ ଆପଣ ମାଟିର ଦୀପ ଲଗାଉଛନ୍ତି ତେବେ ଆପଣ ନୀତିଦିନ ତାକୁ ବଦଳାନ୍ତୁ । ତୁଳସୀ ଙ୍କୁ ଆପଣ ଯେ କୌଣସି ମିଠା ଜିନିଷ ର ଭୋଗ ଲଗାନ୍ତୁ । ତୁଳସୀ ପତ୍ର ଏକାଦଶୀ, ଦ୍ଵାଦଶୀ, ପୂର୍ଣ୍ଣିମା, ଅମାବାସ୍ୟା, ସଙ୍କ୍ରାନ୍ତି, ସନ୍ଧ୍ୟାକାଳ, ଗ୍ରହଣକାଳ, ରାତ୍ରି କାଳରେ ଆଦି ସମୟରେ ଆପଣ ତୁଳସୀ ପତ୍ର ତୋଳାନ୍ତୁ ନାହିଁ ।

ମାତ୍ର ଯଦି ଭଗବାନ ଶାଳଗ୍ରାମ ରେ ଭୋଗ ଲଗାଇବାର ଥିଲେ ନିଶ୍ଚିତ ରୂପରେ ଆପଣ ତୁଳସୀ ପତ୍ର ତୋଳି ପାରନ୍ତି । ଭଗବାନ ଶିବ ଙ୍କ ପୂଜା ଅଥବା ଭଗବାନ ଗଣେଶ ଙ୍କ ପୂଜା ରେ ତୁଳସୀ ପତ୍ର ର ପ୍ରୟୋଗ କରାଯାଏ ନାହିଁ । ଯଦି ଆପଣ ତୁଳସୀ ଗଛ ମୂଳରେ ଶାଳଗ୍ରାମ ରଖି ପୂଜା କରନ୍ତି ତେବେ ଅନନ୍ୟ କୋଟି ର ପୂଣ୍ୟ ମିଳିଥାଏ । ଯଦି ଆପଣ ନିଜ ଘରେ ୫ ଟି ତୁଳସୀ ଗଛ ନିଜ ଘରେ ରଖନ୍ତି ତେବେ ଆପଣଙ୍କ ନିମନ୍ତେ ବହୁତ ଲାଭଦାୟକ ସାବ୍ୟସ୍ଥ ହେବ । ଯଦି ଆପଣଙ୍କ ଘରେ ଥିବା ତୁଳସୀ ଗଛ ମଧ୍ୟରୁ ଆପଣ ଯାହାଙ୍କୁ ପୂଜା କରୁଛନ୍ତି ସେହି ଗଛଟି ଶୁଖିଯାଇଥିଲେ ଆପଣ ଅନ୍ୟ ଏକ ଗଛର ପୂଜା କରିପାରିବେ । ଏହାପରେ ଯେଉଁ ତୁଳସୀ ଗଛଟି ଶୁଖିଯାଇଅଛି ସେଠାରେ ଆପଣ ଅନ୍ୟ ଏକ ଗଛ ଆଣି ମଧ୍ୟ ଲଗାଇ ପାରିବେ ।