ପୁଣିଥରେ ବାରବାଟୀରେ ଖେଳାଯିବ ଟି-୨୦ ମ୍ୟାଚ୍; ଫେବୃଆରୀ ୧୫ରେ ଭାରତକୁ ଭେଟିବ ଓ୍ଵେଷ୍ଟଇଣ୍ଡିଜ

ପୁଣିଥରେ ବାରବାଟୀରେ ଖେଳାଯିବ ଟି-୨୦ ମ୍ୟାଚ୍; ଫେବୃଆରୀ ୧୫ରେ ଭାରତକୁ ଭେଟିବ ଓ୍ଵେଷ୍ଟଇଣ୍ଡିଜ
Odisha bytes

ଓଡିଶା କ୍ରିକେଟ୍ ପ୍ରେମୀଙ୍କ ପାଇଁ ଖୁସିର ଖବର। ଦୀର୍ଘ ପ୍ରତୀକ୍ଷା ପରେ କଟକ ବାରବାଟୀ ଷ୍ଟାଡିୟମକୁ ଫେରିଛି ଅନ୍ତର୍ଜାତୀୟ ମ୍ୟାଚ୍। ଦୁଇ ବର୍ଷରୁ ଅଧିକ ସମୟ ପରେ ବାରବାଟୀରେ ଆସନ୍ତା ବର୍ଷ ଫେବୃଆରୀ ୧୫ରେ ବାରବାଟୀ ଷ୍ଟାଡିୟମରେ ଭାରତ ଓ ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯିବ ଟି-୨୦ ମ୍ୟାଚ୍। ଭାରତୀୟ କ୍ରିକେଟ୍ ଦଳର ଘରୋଇ ଶୃଙ୍ଖଳାର ଖେଳସୂଚୀ ପ୍ରସ୍ତୁତ ହୋଇଛି । ଖେଳସୂଚୀ ଅନୁସାରେ କଟକର ବାରବାଟୀ ଷ୍ଟାଡିୟମରେ ୨୦୨୨ ଫେବୃଆରୀ ୧୫ରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ୩ ମ୍ୟାଚ୍ ଶୃଙ୍ଖଳାର ପ୍ରଥମ ଟ୍ବେଣ୍ଟି୨୦ ମ୍ୟାଚ୍ ଖେଳାଯିବ। ଆଜି ଦୁବାଇରେ ବିସିସିଆଇ ଆପେକ୍ସ କାଉନସିଲ ବୈଠକରେ ଖେଳସୂଚୀ ଉପରେ ଚୂଡ଼ାନ୍ତ ମୋହର ବାଜିଛି।

୨୦୨୧-୨୦୨୨ ଘରୋଇ କ୍ରିକେଟ୍ ଋତୁ ଲାଗି ବିସିସିଆଇ ଆନ୍ତର୍ଜାତିକ ଖେଳସୂଚୀ ପ୍ରସ୍ତୁତ କରିଛି। ଏହା ଅନୁସାରେ ୪ଟି ଦଳ- ନ୍ୟୁଜିଲାଣ୍ଡ, ୱେଷ୍ଟଇଣ୍ଡିଜ୍, ଶ୍ରୀଲଙ୍କା ଓ ଦକ୍ଷିଣ ଆଫ୍ରିକା ଭାରତ ଗସ୍ତରେ ଆସିବେ। ଏହି ୪ଟି ଗସ୍ତ ପାଇଁ ବିସିସିଆଇ ଖେଳସୂଚୀ ପ୍ରସ୍ତୁତ କରିଛି। ପୂରା ଖେଳସୂଚୀ ସହ କେଉଁଦିନ କେଉଁ ମ୍ୟାଚ୍ କେଉଁ ସହରରେ ଖେଳାଯିବ; ବିସିସିଆଇ ତାହାର ନିଷ୍ପତ୍ତି ନେଇଛି। ବିସିସିଆଇ ଏହି ଖେଳସୂଚୀ ଆନୁଷ୍ଠାନିକ ଭାବେ ଜାରି କରିଛି।

ବିସିସିଆଇ ଖେଳସୂଚୀ ପ୍ରସ୍ତୁତ କରି ୪ଟି ପ୍ରତିଯୋଗୀ ଦେଶ- ନ୍ୟୁଜିଲାଣ୍ଡ, ୱେଷ୍ଟଇଣ୍ଡିଜ୍, ଶ୍ରୀଲଙ୍କା ଓ ଦକ୍ଷିଣ ଆଫ୍ରିକା କ୍ରିକେଟ୍ ବୋର୍ଡକୁ ଅନୁମୋଦନ ପାଇଁ ପଠାଇ ଦେଇଛି। ସମସ୍ତ ବୋର୍ଡ ଏହି ଖେଳସୂଚୀକୁ ଅନୁମୋଦନ କରିବା ପରେ ବିଧିବଦ୍ଧ ଭାବେ ବିସିସିଆଇ ସୋମବାର ଘୋଷଣା କରିଛି। ଖେଳସୂଚୀ ଅନୁମୋଦନ ପରେ ଓଡ଼ିଶା କ୍ରିକେଟ୍ ପ୍ରେମୀଙ୍କ ପାଇଁ ଖୁସିର ଖବର । କାରଣ ଦୁଇ ବର୍ଷ ପରେ ବାରବାରଟୀ ଷ୍ଟାଡିୟମରେ ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ଖେଳାଯିବ। ୨୦୧୯ ଡିସେମ୍ବର ୨୨ରେ କଟକର ବାରବାଟୀ ଷ୍ଟାଡିୟମରେ ଶେଷଥର ଆନ୍ତର୍ଜାତିକ ମ୍ୟାଚ୍ ଖେଳା ଯାଇଥିଲା। ୱେଷ୍ଟଇଣ୍ଡିଜକୁ ଦିନିକିଆ ମ୍ୟାଚ୍‌ରେ ଭାରତ ପରାସ୍ତ କରିଥିଲା। ପୁଣି ବାରବାଟୀରେ ୨ଟି ଟ୍ବେଣ୍ଟି୨୦ ମ୍ୟାଚ୍ ଖେଳା ଯାଇଥିବା ବେଳେ ଫେବୃଆରୀ ୧୫ରେ ଭାରତ-ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଏଠାରେ ୩ୟ ଟ୍ବେଣ୍ଟି୨୦ ମ୍ୟାଚ୍ ହେବ। ୨୦୨୨ ଆଇପିଏଲ୍ ପାଇଁ ବିସିସିଆଇ କଟକର ବାରବାଟୀ ଷ୍ଟାଡିୟମ୍ କୁ ଅନ୍ୟତମ ଆୟୋଜକ ସହର ଭାବେ ତାଲିକାରେ ରଖିଛି।

ଓ୍ଵେଷ୍ଟଇଣ୍ଡି ଭାରତ ଗସ୍ତରେ ୩ଟି ଦିନିକିଆ ଓ ୩ଟି ଟି-୨୦ ମ୍ୟାଚ୍‌ର ସିରିଜ୍ ଖେଳିବ। ଦିନିକିଆ ମ୍ୟାଚ୍‌ ସହ ଇଣ୍ଡିଜର ଭାରତ ଗସ୍ତ ଆରମ୍ଭ ହେବ। ପ୍ରଥମ ଦିନିକିଆ ଆସନ୍ତା ବର୍ଷ ଫେବୃଆରୀ ୬ରେ ଅହମ୍ମଦାବାଦରେ, ଦ୍ଵିତୀୟ ଦିନିକିଆ ଫେବୃଆରୀ ୯ରେ ଜୟପୁର ଏବଂ ତୃତୀୟ ଦିନିକିଆ ଫେବୃଆରୀ ଫେବୃଆରୀ ୧୨ରେ କୋଲକାତାରେ ଖେଳାଯିବ। ଏହା ପରେ ଦୁଇ ଦେଶ ମଧ୍ୟରେ ଟି-୨୦ ସିରିଜ୍ ଖେଳାଯିବ। ଫେବୃଆରୀ ୧୫ରେ କଟକରେ ପ୍ରଥମ ଟି-୨୦, ଫେବୃଆରୀ ୧୮ରେ ଭାଇଜାଗରେ ଦ୍ଵିତୀୟ ଟି-୨୦ ଏବଂ ଶେଷ ଟି-୨୦ ମୁକାବିଲା ତ୍ରିଭନନ୍ଦ୍ରମରେ ଫେବୃଆରୀ ୨୦ ତାରିଖ ଖେଳାଯିବ।