ପୋଲିସ ଚାକିରି ଦେବା ନାଁରେ ଠକି ନେଲେ ଦେଢ଼ କୋଟି

ପୋଲିସ ଚାକିରି ଦେବା ନାଁରେ ଠକି ନେଲେ ଦେଢ଼ କୋଟି

ପୋଲିସ ଚାକିରି ଦେବା ନାଁରେ ଠକି ନେଲେ କୋଟି କୋଟି ଟଙ୍କା । ପୋଲିସ ଚାକିରି କରେଇ ଦେବା ନାରେ ୩୮ ଜଣ ଆଶାୟୀଙ୍କଠୁ ଦେଢ କୋଟି ଟଙ୍କା ଠକିନେଲେ ଦୁଇ ଠକ। ଆଜି ଦୁଇ ଜଣ ଠକଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା। ଗିରଫ ଦୁଇ ଅଭିଯୁକ୍ତ ହେଲେ ବୈକୁଣ୍ଠ ନାଥ ନାୟକ ଓ ଭୀମସେନ ମହାରଣା।ଖବର ଅନୁଯାୟୀ ଏହି ଦୁଇଜଣ, ୩୮ଜଣ ଆଶାୟୀଙ୍କଠାରୁ ପାଖାପାଖି ଦେଢ କୋଟି ଟଙ୍କା ଚାକିରି କରେଇଦେବା ନାମରେ ଠକିନେଇଥିଲେ । ଗିରଫ ବେଳେ ତାଙ୍କ ନିକଟରୁ ୧୨ଟି ଏଟିଏମ୍‌ କାର୍ଡ , ଜାଲ ପରିଚୟ ପତ୍ର ମଧ୍ୟ ଜବତ ହୋଇଛି। ଏହାସହ ଅଭିଯୁକ୍ତମାନଙ୍କ ସମସ୍ତ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍‌ କରିଛି EOW । ଗିରଫ ପରେ ଦୁଇ ଜଣଙ୍କୁ କୋର୍ଟଚାଲାଣ କରାଯାଇଛି। ଏହାସହ ଘଟଣା ନେଇ ଅଧିକ ତଦନ୍ତ ଜାରି ରହିଛି।