ରସାୟନ ବିଜ୍ଞାନ କ୍ଷେତ୍ରରେ ୨ ଜଣ ପାଇବେ ନୋବେଲ ପୁରସ୍କାର

ରସାୟନ ବିଜ୍ଞାନ କ୍ଷେତ୍ରରେ ୨ ଜଣ ପାଇବେ ନୋବେଲ ପୁରସ୍କାର

ଚଳିତ ବର୍ଷ ରସାୟନ ବିଜ୍ଞାନ କ୍ଷେତ୍ରରେ ମିଳିଛି ସମ୍ମାନ ଜନକ ସର୍ବଶେଷ୍ଠ ନୋବେଲ ପୁରସ୍କାର । ଏହି କ୍ଷେତ୍ରରେ ୨ ଜଣ ପ୍ରସିଦ୍ଧ ରସାୟନ ବୈଜ୍ଞାନିକଙ୍କୁ ଯୁଗ୍ମ ଭାବରେ ପ୍ରଦାନ କରାଯିବ ପୁରସ୍କାର । ବେଞ୍ଜାମିନ ଲିଷ୍ଟ ଓ ଡେଭିଡ ମ୍ୟାକମିଲନଙ୍କୁ ମିଳିବ ନୋବେଲ ।

ବେଞ୍ଜାମିନ ଜର୍ମାନୀର ହୋଇଥିବାବେଳେ ମ୍ୟାକମିଲନ ସ୍କଟଲ୍ୟାଣ୍ଡ୍‌ର ବୈଜ୍ଞାନିକ । ଉଭୟ ବୈଜ୍ଞାନିକ ଆସିମେଟ୍ରିକ ଅର୍ଗାନୋକାଟାଲିସିସ ପଦ୍ଧତିର ଉଦ୍ଭାବନ କରିଥିଲେ । ଏହା ଅଣୁଗଠନର ଏକ ନୂଆ ବୈଜ୍ଞାନିକ ଉପାୟ ।

ଆସିମେଟ୍ରିକ ଅର୍ଗାନୋକାଟାଲିସିସ ପଦ୍ଧତିର ଉଦ୍ଭାବନ ପାଇଁ ବେଞ୍ଜାମିନ ଲିଷ୍ଟ ଓ ଡେଭିଡ ମ୍ୟାକମିଲନଙ୍କୁ ଯୁଗ୍ମ ଭାବରେ ନୋବେଲ ପୁରସ୍କାର ମିଳିବ । ଲରେଟ୍ସ ବେଞ୍ଜାମିନ ଲିଷ୍ଟ ଓ ଡେଭିଡ ମ୍ୟାକମିଲନ ପରମାଣୁ ଗଠନ ଦିଗରେ ଏକ ନୂଆ ପଦ୍ଧତ୍ତି ଉଦ୍ଭାବନ କରିଛନ୍ତି, ଯାହାକୁ ଆସିମେଟ୍ରିକ ଅର୍ଗାନୋକାଟାଲିସିସ ବୋଲି ଜଣାଯାଏ ।

ଏହାର ବ୍ୟବହାରରେ ନୂତନ ଫାର୍ମାସ୍ୟୁଟିକାଲ୍ସ ଉପରେ ଗବେଷଣା ଅନ୍ତର୍ଭୁକ୍ତ ବୋଲି ନୋବେଲ କମିଟି ପକ୍ଷରୁ କୁହାଯାଇଛି ।