ପାକିସ୍ତାନରେ ୨ ଶିଖ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା

ପାକିସ୍ତାନରେ ୨ ଶିଖ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା

ପାକିସ୍ତାନରେ ପୁଣି ହିନ୍ଦୁ ବିରୋଧି ଚିନ୍ତାଧାରା ଦେଖିବାକୁ ମିଳିଛି । ରବିବାର ଉତ୍ତର-ପଶ୍ଚିମ ଖାଇବର ପେଶାୱାରରେ ଦୁଇ ଶିଖ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଏହି ହତ୍ୟା ପାଇଁ ଇସଲାମିକ୍ ଷ୍ଟେଟ୍ସର ଆଫଗାନିସ୍ତାନର ଅଫସଲାଟ୍ ଇସଲାମିକ୍ ଷ୍ଟେଟ୍ ୱିଲାହା ଖୋରାସାନ୍ (ଆଇଏସକେପି) ପାଇଁ ଦାୟୀ ବୋଲି କହିଛି।

ମୃତ ଦ୍ୱୟ ସଲଜୀତ ସିଂ(୪୨) ଏବଂ ରଣଜୀତ ସିଂ(୩୮) ବୋଲି ସୂଚନା ମିଳିଛି । ଦୁଇଜଣ ଏକ ବାଇକରେ ଆସି ସେମାନଙ୍କ ଉପରେ ଆକ୍ରମଣ କରିବା ପରେ ଦୁହେଁ ଘଟଣାସ୍ଥଳରେ ହିଁ ମୃତ୍ୟୁ ବରଣ କରିଥିଲେ । ଏହା ସହ ପାକିସ୍ତାନରେ ପୁଣି ସଂଖ୍ୟାଲଘୁ ହିନ୍ଦୁମାନଙ୍କୁ ଟାର୍ଗେଟ କିଲିଂ ଆରମ୍ଭ ହୋଇଯାଇଛି ।

ଏହି ହତ୍ୟାକାଣ୍ଡ ପରେ ଭାରତୀୟ ବୈଦେଶିକ ମନ୍ତ୍ରଳାୟ ପକ୍ଷରୁ ଏହି ବିଷୟକୁ ନେଇ କଡ଼ା ନିନ୍ଦା ପ୍ରକାଶ ପାଇଛି । ବୈଦେଶିକ ମନ୍ତ୍ରଳାୟ ମୁଖପାତ୍ର କହିଛନ୍ତି ଯେ, ଆମେ ଏହି ଘଟଣାର ଦୃଢ଼ ନିନ୍ଦା କରିବା ସହ ପାକିସ୍ତାନ ହତ୍ୟାକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ।

ତେବେ ଏହି ଘଟଣାକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ ଶରିିଫ ଏହି ହତ୍ୟାକାଣ୍ଡକୁ ନିନ୍ଦା କରିବା ସହ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ।ଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।