ଅଜଣା ଜ୍ବର ନେଲା ୨ ଶିଶୁ ଜୀବନ

ଅଜଣା ଜ୍ବର ନେଲା ୨ ଶିଶୁ ଜୀବନ

ସୁନ୍ଦରଗଡ଼ ଜିଲା ବଣାଇରୁ ଆସିଛି ଏକ ଦୁଃଖଦ ଖବର । ଲହୁଣିପଡ଼ା ଥାନା ନିକଟ ଦମାଳୁ ଗାଁର ଗୋଟିଏ ଆଦିବାସୀ ପରିବାରର ୨ ଜଣ ପିଲା ଅଜଣା ଜ୍ବରରେ ପ୍ରାଣ ହରାଇଛନ୍ତି । ଗତ କିଛିଦିନ ହେବ ସେହି ଗ୍ରାମର ସ୍ୱର୍ଗତ ଅଶୋକ ତୁରୀଙ୍କ ସ୍ତ୍ରୀ ଇନ୍ଦୁ ତୁରୀ ଓ ୩ ପିଲା ଅଜଣା ଜ୍ଜରରେ ଆକ୍ରାନ୍ତ ହୋଇଥିଲେ। ଗତକାଲି ବଡ ପୁଅ ଅଜୟର ମୃତ୍ୟୁ ହେବା ପରେ ଗ୍ରାମବାସୀ ତାଙ୍କୁ ପୋତି ଦେଇଥିଲେ। ଆଜି ସକାଳୁ ଝିଅ ଆଶ୍ରିତାର ମୃତ୍ୟୁ ମଧ୍ୟ ହୋଇଛି । ମା' ଇନ୍ଦୁ ଓ ସାନପୁଅକୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସ୍ଥାନୀୟ ବାସିନ୍ଦା ଓ ସମ୍ପର୍କୀୟଙ୍କ ସୂଚନା ମୁତାବକ ସେମାନେ ଅସୁସ୍ଥ ହୋଇ ପଡିବା ପରେ ଜଣେ ବ୍ୟକ୍ତିଙ୍କ ପରାମର୍ଶରେ ଔଷଧ ଖାଇଥିଲେ ।

ଏପରିକି ଚିକିତ୍ସା ପାଇଁ ହସ୍ପିଟାଲକୁ ଯିବା ପରିବର୍ତ୍ତେ ଗୁଣିଗାରେଡ଼ି ସନ୍ଦେହରେ ଝାଡଫୁଙ୍କ କରାଉଥିଲେ। ହେଲେ ଅଜଣା ଜ୍ବର ତାଙ୍କ ପରିବାରର ଦୁଇ ଜଣଙ୍କ ଜୀବନ ନେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ସହ ଉକ୍ତ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି। ତେବେ ଏବେ ଉଭୟ ମା ଓ ସାନ ପୁଅ ସୁସ୍ଥ ଥିବା ଜଣା ପଡ଼ିଛି ।