ବିଚ୍ ରାସ୍ତାରେ ଫୁଟିଲା ଗୁଳି,ଗୁଳିମାଡରେ ବ୍ୟବସାୟୀ ଗୁରୁତର

ବିଚ୍ ରାସ୍ତାରେ ଫୁଟିଲା ଗୁଳି,ଗୁଳିମାଡରେ ବ୍ୟବସାୟୀ ଗୁରୁତର

କଟକ ଜିଲ୍ଲା କନ୍ଦରପୁରରେ ଫୁଟିଲା ଗୁଳି। ବ୍ୟବସାୟୀଙ୍କ ଗୁଲିକଲେ ଦୂର୍ବୁତ। ଗୁଳିମାଡରେ ବ୍ୟବସାୟୀ ଗୁରୁତର । ବ୍ୟବସାୟୀଙ୍କୁ ଗୁରୁତର ଅବସ୍ଥାରେ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି ।ସୂଚନା ଅନୁଯାୟୀ, କନ୍ଦରପୁରରେ ଦୁଇ ଜଣ ଅଜଣା ଯୁବକ ଜଣେ ବ୍ୟବସାୟୀଙ୍କୁ ଟାର୍ଗେଟ୍ କରି ଗୁଳିମାଡ କରିଛନ୍ତି । ଗୁଳିମାଡରେ ବ୍ୟବସାୟୀ ଜଣଙ୍କ ଗୁରୁତର ହୋଇଛନ୍ତି । ବ୍ୟବସାୟୀଙ୍କ ଗୋଡରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ତାଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚ ତଦନ୍ତ ଆରମ୍ଭ କରିଛି । ତେବେ ଗୁଳିମାଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଗୁଳି ମାଡ କରି ଦୁଇ ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି । ଘଟଣା ପରେ ଉକ୍ତ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ତେବେ ଏଭଳି ଘଟଣା ରାଜ୍ୟରେ ବାରମ୍ବାର ଘଟୁଥିବା ବେଳେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ନେଇ ଆଙ୍ଗୁଳି ଉଠିଛି ଏବେ।