ଜାତିସଂଘର ନିଷ୍ପତି; ବିଶ୍ୱସମୂହରେ ତାଲିବାନ୍କୁ ଦିଆଯିବନି ମାନ୍ୟତା

ଜାତିସଂଘର ନିଷ୍ପତି; ବିଶ୍ୱସମୂହରେ ତାଲିବାନ୍କୁ ଦିଆଯିବନି ମାନ୍ୟତା

ଆଫଗାନିସ୍ତାନରେ ତାଲିବାନ୍ ଶାସନ ଆରମ୍ଭ ହେବା ପରେ ପୁରା ବିଶ୍ୱର ନଜର ତାଲିବାନ୍ ଶାସନ ଓ ଆଫଗାନିସ୍ତାନ ଉପରେ ରହିଛି । ଆଫଗାନ୍ ବାସୀ ମଧ୍ୟ ଏବେବି ଭୟରେ ରହିଛନ୍ତି । ଦୀର୍ଘ ୨୦ ବର୍ଷ ପରେ ତାଲିବାନ୍ ର ବର୍ବରତା ଭୟ ଏତେ ବି ରହିଛି।

ତେବେ ବନ୍ଧୁକ ମୂନରେ ଆଫଗାନ୍ ହାସଲ କରିଥିବା ତାଲିବାନ୍ କୁ ମିଳିଛି ବଡ଼ ଝଟକା । ତାଲିାବନ୍ ଦ୍ୱାରା ଗଠିତ ସରକାରକୁ ନେଇ ବଡ଼ ନିଷ୍ପତି ନେଇଛି ଜାତିସଂଘ । ବିଶ୍ୱ ସମୂହରେ ତାଲିବାନ୍ କୁ ମାନ୍ୟତା ଦିଆଯିବ ନାହିଁ । ତାଲିବାନ୍ ଗଠନ କରିଥିବା ସରକାର ବିଶ୍ୱ ସମୂହର ନିୟମକୁ ଉଲଘଂନ କରୁଥିବାରୁ ଏଭଳି ନିଷ୍ପତି ନିଆଯାଇଛି ।

ତାଲିବାନ୍ ସରକାର ଗଠନରେ ଗୋଟିଏ ପରେ ସିଧାସଳଖ ପାକିସ୍ତାନର ହସ୍ତକ୍ଷପ ରହିଛି ଅନ୍ୟପଟେ ବଳ ପୂର୍ବକ ଏହି ସରକାର ଗଠନ କରାଯାଇଛି । ତେଣୁ ଏହାକୁ ବିଶ୍ୱ ସମୂହରେ ମାନ୍ୟତା ମିଳିବ ନାହିଁ ବୋଲି ଜାତିସଠଗ ନିଷ୍ପତି ନେଇଛି।

ଅନ୍ୟପଟେ ତାଲିବାନ ଅନ୍ତର୍ଭୁକ୍ତ ସରକାର ଗଠନ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା । ହେଲେ ଏଥିରେ ସଂଗଠନ ବିଫଳ ହୋଇଥିବାରୁ ଅନ୍ତର୍ଜାତୀୟ ସମୂହ ତାଲିବାନୀ ସରକାରକୁ ମାନ୍ୟତା ଦେବନି ବୋଲି ଜଣାପଡ଼ିଛି ।

ଏହାସହିତ ତାଲିବାନ୍ ସରକାରରେ ଥିବା ୧୪ ଜଣ ବଡ଼ ମନ୍ତ୍ରୀ ଏବେବି ଆନ୍ତର୍ଜାତୀୟ ଆତଙ୍କବାଦୀ ତାଲିକାରେ ରହିଛନ୍ତି ।