କୋରାପୁଟରେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ; ଆଦିବାସୀ ନୃତ୍ୟ ସଙ୍ଗୀତର ତାଳେତାଳେ ନାଚିଲେ

କୋରାପୁଟରେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ; ଆଦିବାସୀ ନୃତ୍ୟ ସଙ୍ଗୀତର ତାଳେତାଳେ ନାଚିଲେ
PHOTO: economictimes

ରାୟଗଡ଼ାରେ କାର୍ଯ୍ୟକ୍ରମ ସରିବା ପରେ କୋରାପୁଟ ଯାତ୍ରା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ପ୍ରଥମେ କୋରାପୁଟର ତୋୟାପୁଟରେ ପହଞ୍ଚିଥିଲେ ମନ୍ତ୍ରୀ। ଏଠାରେ ସ୍ଥାନୀୟ ଆଦିବାସୀ ତରଫରୁ ଏବଂ ବିଜେପି କର୍ମୀଙ୍କ ତରଫରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏଥିସହିତ ଆଦିବାସୀ ନୃତ୍ୟ ସଙ୍ଗୀତର ତାଳେତାଳେ କେନ୍ଦ୍ର ମନ୍ତ୍ରୀ ନାଚିବାର ମଧ୍ୟ ଦେଖିବାକୁ ମିଳିଥିଲା। ଜନ ଆଶ୍ରୀର୍ବାଦ ରାଲିରେ ଯୋଗ ଦେଇ ଥିବା ବେଳେ ବିଶାଳ ରୋଡ଼ ସୋରେ ଭାଗ ନେଇ ଥିଲେ।

ସେହିପରି ଲକ୍ଷ୍ମୀପୁର ଠାରେ ପହଞ୍ଚି ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ପୁଜାର୍ଚନା କରିଥିଲେ। ପରେ ଦାମନଯୋଡି ଠାରେ ସହିଦ୍ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ। କେନ୍ଦ୍ରମନ୍ତ୍ରୀଙ୍କ ସହିତ ବିଜେପି ନେତା ଭୃଗୁ ବକ୍ସିପାତ୍ର, ଗୋଲକ ମହାପାତ୍ର,ଜୟରାମ ପାଙ୍ଗି,ରବିନାୟକ, ପ୍ରମୁଖ ଉପସ୍ଥିତ ଥିଲେ। ଏହାସହ ଲକ୍ଷ୍ମୀପୁର,କାକରିଗୁମା, ଦାମନଯୋଡି ଦେଇ କୋରାପୁଟ ପହଞ୍ଚିଥିଲେ ମନ୍ତ୍ରୀ।

କୋରାପୁଟ ନିର୍ବାଚନ ମଣ୍ଡଳୀର ଓଏମପିଠାରେ ମନ୍ତ୍ରୀଙ୍କୁ ସ୍ବାଗତ କରାଯାଇଥିଲା। ପରେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟପଣ କରିଥିଲେ ମନ୍ତ୍ରୀ।। ଦକ୍ଷତା ବୃଦ୍ଧି କେନ୍ଦ୍ରରେ ବୁଦ୍ଧିଜୀବୀଙ୍କ ସହ ଆଲୋଚନା। ଗରିବ ଜନକଲ୍ୟାଣ ହିତାଧିକାରୀଙ୍କ ସହ କରିଥିଲେ ଆଲୋଚନା। ଏହି ସମୟରେ ଲୋକଙ୍କ ସହ ସାକ୍ଷାତ କରି ସେମାନଙ୍କ ସମସ୍ୟା ଶୁଣିଥିଲେ କେନ୍ଦ୍ର ମନ୍ତ୍ରୀ। ସନ୍ଧ୍ୟାରେ କୋରାପୁଟ ସର୍କିଟ ହାଉସ ରେ ସାମ୍ବାଦିକ ସମ୍ମିଳନୀର ଆୟୋଜିତ କରାଯିବା ସହ ଜୟପୁର ମାଲକାନଗିରି ଓ ଜୟପୁର ନବରଙ୍ଗପୁର ରେଳପଥ ଉପରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି।