Thursday, April 2, 2026
37.1 C
Odisha

    ତମ୍ବାଖୁମୁକ୍ତ ସମାଜ ଅଭିଯାନ ୨.୦ର ଶୁଭାରମ୍ଭ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱରରେ ତମ୍ବାଖୁ ନିବାରଣ କେନ୍ଦ୍ର(ଟିସିସି) କାର୍ଯ୍ୟକ୍ଷମ ହୋଇଛି। ଆଭାସୀ ମାଧ୍ୟମରେ ଏହି କେନ୍ଦ୍ରକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଉଦଘାଟନ କରିଛନ୍ତି। ତାଙ୍କ ସହିତ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଜ୍ୟ ମନ୍ତ୍ରୀ ପ୍ରତାପରାଓ ଯାଦବ ମଧ୍ୟ ଉପସ୍ଥିତ ଥିଲେ। ତମ୍ବାଖୁମୁକ୍ତ ସମାଜ ଅଭିଯାନ ୨.୦ର ଶୁଭାରମ୍ଭ ସହିତ ତମ୍ବାଖୁମୁକ୍ତ ସମାଜ ହାସଲ ଦିଗରେ ଭାରତର ପ୍ରୟାସରେ ଏହି କେନ୍ଦ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ୬୦ ଦିନିଆ ଏହି ଅଭିଯାନର ଲକ୍ଷ୍ୟ ହେଉଛି ଦେଶର ଯୁବଗୋଷ୍ଠୀଙ୍କ ମଧ୍ୟରେ ତମ୍ବାଖୁ ବନ୍ଦ କରିବା ଦିଗରେ ସଚେତନତା ସୃଷ୍ଟି କରିବା ଏବଂ ଦୃଷ୍ଟାନ୍ତମୂଳକ ପରିବର୍ତ୍ତନ ଆଣିବା। ଏପରି ପଦକ୍ଷେପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଜନସ୍ୱାସ୍ଥ୍ୟ ପ୍ରତି ଭାରତ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଜେ.ପି ନଡ୍ଡା ପ୍ରକାଶ କରିଥିଲେ।
    ଏପରି ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥା ଆରମ୍ଭ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥିବାରୁ ମାନସିକ ରୋଗ ବିଭାଗକୁ ପ୍ରଶଂସା କରିଥିଲେ ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ। ଭବିଷ୍ୟତରେ ରୋଗୀମାନଙ୍କର ସାମଗ୍ରିକ ପରିଚାଳନା ସୁନିଶ୍ଚିତ କରିବା ପାଇଁ ଅନ୍ୟ ବିଭାଗଗୁଡ଼ିକର ସହଯୋଗରେ ଏହି ସେବାକୁ ପ୍ରସାର କରିବାର ଆବଶ୍ୟକତା ଉପରେ ଡ. ବିଶ୍ୱାସ ଗୁରୁତ୍ୱାରୋପ କରିଥିଲେ। ସେହିପରି ଟିସିସି ସେବାର କାର୍ଯ୍ୟକାରୀତାକୁ ଦୃଢ଼ କରିବା ପାଇଁ ରୋଗୀ ସଚେତନତା ଅଭିଯାନର ମହତ୍ତ୍ଵ ସଂପର୍କରେ ମତ ରଖିଥିଲେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ।
    ପୂର୍ଣ୍ଣ କାର୍ଯ୍ୟକ୍ଷମ ଟିସିସି ତାଲିମପ୍ରାପ୍ତ ମାନସିକ ରୋଗ ବିଶେଷଜ୍ଞଙ୍କ ଦ୍ୱାରା ପରିଚାଳିତ ହେବ। ଔଷଧ ଏବଂ କାଉନସେଲିଂ ମାଧ୍ୟମରେ ଉଭୟ ଧୂମପାନ ଏବଂ ତମ୍ବାଖୁ ସେବନ ନିବାରଣ ନିମନ୍ତେ ବିଶେଷ ଚିକିତ୍ସା ପ୍ରଦାନ କରାଯିବ। ଏହି କେନ୍ଦ୍ର ଦୈନିକ କାର୍ଯ୍ୟ କରିବ। ରାଜ୍ୟରେ ତମ୍ବାଖୁର ବ୍ୟାପକ ବ୍ୟବହାର ଏବଂ ଏନେଇ ସୃଷ୍ଟି ହେଉଥିବା ଏକାଧିକ ପ୍ରାଣଘାତୀ ରୋଗକୁ ଦୃଷ୍ଟିରେ ରଖି ଏମ୍ସ ଭୁବନେଶ୍ୱରରେ ଆରମ୍ଭ ହୋଇଥିବା ଏହି ଟିସିସି ତମ୍ବାଖୁ ଛାଡିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ବହୁମୁଖୀ ଯତ୍ନ ଏବଂ ସହାୟତା ପ୍ରଦାନ କରିବ।

    ଉଦ୍‌ଘାଟନୀ ଉତ୍ସବରେ ଡିନ ଡ. ପି. ଆର. ମହାପାତ୍ର, ମେଡିକାଲ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା, ଡିଡିଏ କର୍ଣ୍ଣଲ ଅଭିଜିତ ସରକାରଙ୍କ ସମେତ ପଲ୍ମୋନାରୀ ମେଡିସିନ୍, ସିଏମ୍ଏଫ୍ଏମ୍, ଟ୍ରମା ଏବଂ ଜରୁରୀକାଳୀନ, ଦନ୍ତ ଚିକିତ୍ସା, ମେଡିସିନ୍, ମେଡିକାଲ୍ ଅଙ୍କୋଲୋଜି ଆଦି ବିଭାଗୀୟ ମୁଖ୍ୟ ଏବଂ ମାନସିକ ରୋଗ ବିଭାଗର ଅଧ୍ୟାପକ ଅଧ୍ୟାପିକା ଉପସ୍ଥିତ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.1 ° C
    37.1 °
    37.1 °
    23 %
    0.8kmh
    0 %
    Thu
    39 °
    Fri
    41 °
    Sat
    38 °
    Sun
    37 °
    Mon
    35 °

    ସମ୍ବନ୍ଧିତ