ଭଲ ଖବର: ଆପଣଙ୍କର ଡିଜିଟାଲ୍‌ ଟ୍ରାନଜାକସନ୍‌ ଫେଲ୍‌ ହେଲେ ବ୍ୟାଙ୍କ ପ୍ରତିଦିନ ଦେବ ଏତିକି ଜରିମୋନା...

ଭଲ ଖବର: ଆପଣଙ୍କର ଡିଜିଟାଲ୍‌ ଟ୍ରାନଜାକସନ୍‌ ଫେଲ୍‌ ହେଲେ ବ୍ୟାଙ୍କ ପ୍ରତିଦିନ ଦେବ ଏତିକି ଜରିମୋନା...

ୟୁପିଆଇ ମୋଡ଼୍‌ରେ ପେମେଣ୍ଟ କରିବା ସମୟରେ ଆମ ଭିତରୁ ଅନେକ ଡିଜିଟାଲ୍‌ ଟ୍ରାନଜାକସନ୍‌ ଫେଲ୍‌ ଭଳି ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି, ଯାହାକୁ ନେଇ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥାଏ । ଏଭଳି ସ୍ଥିତିରେ ମୂଲ୍ୟବାନ ସମୟର ଅପଚୟ ହେବା ସହିତ କ୍ଷଣସ୍ଥାୟୀ ବିରକ୍ତିଭାବ ଜାତ ହୋଇଥାଏ । ଗ୍ରାହକଙ୍କ ଏଭଳି ଅସୁବିଧାକୁ ଦୃଷ୍ଟିରେ ରଖି ଆରବିଆଇ ଏକବର୍ଷରୁ ଅଧିକ ସମୟ ହେଲାଣି ଏକ ସ୍ୱତନ୍ତ୍ର ନିୟମ ଜାରି କରିସାରିଛି, କିନ୍ତୁ ଆମର ଅଜ୍ଞତା ଯୋଗୁଁ ଏଭଳି ସୁବିଧାର ଫାଇଦା ଆମେମାନେ ପାଇପାରୁନାହୁଁ । ଏହି ସ୍ୱତନ୍ତ୍ର ନିୟମଟି ହେଲା, ଯଦି ଆପଣ ୟୁପିଆଇ ମୋଡ଼ରେ ପେମେଣ୍ଟ କରିସାରିଛନ୍ତି ଏବଂ ଆପଣଙ୍କ ଆକାଉଣ୍ଟରୁ ଟଙ୍କା କଟିଯାଇଛି, କିନ୍ତୁ ପେମେଣ୍ଟ ସଫଳ ହୋଇନାହିଁ, ତେବେ ଏଭଳି ପରିସ୍ଥିତିରେ ଆପଣଙ୍କୁ ଅଭିଯୋଗ କରିବାକୁ ପଡ଼ିବ । ଟ୍ରାନଜାକସନ୍‌ ଫେଲ ହେବାର ସାତଦିନ ଭିତରେ ଯଦି ଟଙ୍କା ଆପଣଙ୍କ ଆକାଉଣ୍ଟକୁ ନ ଆସିଛି, ତାହେଲେ କାର୍ଡ଼ ଜାରି କରିଥିବା ବ୍ୟାଙ୍କ ଆପଣଙ୍କୁ ପ୍ରତିଦିନ ୧୦୦ ଟଙ୍କା ହିସାବରେ ଜରିମାନା ଦେବ । ଏଠାରେ ସୂଚନାଯୋଗ୍ୟ ଯେ, ଟ୍ରାନଜାକସନ୍‌ ଫେଲ ହେବାର ଅଭିଯୋଗ ପାଇଁ ଆପଣଙ୍କୁ ପେମେଣ୍ଟ ହିଷ୍ଟ୍ରୀ ଅପସନ୍‌ଟିକୁ ସିଲେକ୍ଟ କରିବାକୁ ପଡ଼ିବ । ଏହାପରେ ରାଇଜ୍‌ ଡିସପ୍ୟୁଟ୍‌ ବିକଳ୍ପଟିକୁ ବାଛିବା ପରେ ଆପଣ ଅଭିଯୋଗ କରି ପୂର୍ବପ୍ରଦତ୍ତ ସୁବିଧା ହାସଲ କରିବାରେ ସମର୍ଥ ହୋଇପାରିବେ ।