Tuesday, September 24, 2024
24.4 C
Odisha

    ପ୍ରେଗ୍ନେନ୍ସି ସମୟରେ ବାରମ୍ବାର ୟୁରିନ୍‌ ଇନଫେକ୍ସନ ହେଉଛି କି ? ଜାଣନ୍ତୁ ଡାକ୍ତରଙ୍କ ପରାମର୍ଶ

    ଆଗକୁ ପଢନ୍ତୁ

    ଆଜିକାଲି ଅନ୍‌ ହେଲଦି ଲାଇଫ୍‌ ଷ୍ଟାଇଲ୍‌ ଯୋଗୁ ଲୋକମାନେ ଅନେକ ପ୍ରକାରର ସମସ୍ୟାର ସମ୍ମୁଖୀନ ହେଉଛନ୍ତି । କିନ୍ତୁ ସାଧାରଣ ଲୋକଙ୍କ ଠାରୁ ପ୍ରେଗ୍ନେନ୍ସି ମହିଳାମାନେ ନିଜର ଅଧିକ ଧ୍ୟାନ ରଖିବା ଉଚିତ । ତେବେ ପ୍ରେଗ୍ନେନ୍ସିରେ ମହିଳାମାନଙ୍କର ୟୁରିନ୍‌ ଇନଫେକ୍ସନ ହେବାର ଆଶଙ୍କା ଅଧିକ ଥାଏ ଏବଂ ଏଥିପାଇଁ ଏହା ସେମାନଙ୍କ ଶିଶୁଙ୍କ ପାଇଁ ଅଧିକ ବିପଦ ହୋଇପାରେ । ସୂଚନା ଅନୁଯାୟୀ, ପ୍ରେଗ୍ନେନ୍ସିରେ ହେଉଥିବା ୟୁରିନ୍‌ ଇନଫେକ୍ସନ ପ୍ରଥମ ତିନି ମାସ ପାଇଁ ଅଧିକ ବିପଦ ହୋଇଥାଏ । ତେବେ ୟୁରିନ୍‌ ଇନଫେକ୍ସନ ସର୍ବାଧିକ ସମ୍ଭାବନା ଗର୍ଭଧାରଣର ୬ ସପ୍ତାହରୁ ୩ ମାସ ମଧ୍ୟରେ ରହିଥାଏ । ଏହି ବିପଦ ବିଷୟରେ ମହିଳାମାନେ ଜାଣିବା ବହୁତ ଜରୁରୀ ହୋଇଥାଏ । ଯାହା ଦ୍ୱାରା ଠିକ୍ ସମୟରେ ଚିକିତ୍ସା ହେବ ମା ଏବଂ ଶିଶୁ ସୁରକ୍ଷିତ ରହିବେ ।

    ୟୁରିନ୍‌ ଇନଫେକ୍ସନର ଯାଞ୍ଚ କରନ୍ତୁ :
    ଡାକ୍ତରଙ୍କ ସୂଚନା ମୁତାବକ, ପ୍ରେଗ୍ନେନ୍ସି ସମୟରେ ୟୁରିନ୍‌ ଇନଫେକ୍ସନ ହୋଇଥିବାର ଜାଣିବା ବହୁତ କଷ୍ଟକର ହୋଇଥାଏ । କାରଣ ଏହି ସମୟରେ ଇନଫେକ୍ସନର ଲକ୍ଷଣ ବିଷୟରେ ଜାଣିହୋଇନଥାଏ । ସେଥିପାଇଁ ପ୍ରେଗ୍ନେନ୍ସି ମହିଳାମାନେ ପ୍ରଥମ ତିନି ମାସ ୟୁରିନ୍‌ ଟେଷ୍ଟ କରିବା ଉଚିତ । ଏହା ଦ୍ୱାରା ୟୁରିନ୍‌ ବ୍ୟାକ୍ଟେରିଆର ଚିହ୍ନଟ ହୋଇପାରିବେ । ଯାହା ଫଳରେ ଏହାର ଚିକିତ୍ସା କରାଯାଇପାରିବ ।

    ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଚିକିତ୍ସା କରନ୍ତୁ :
    ୟୁରିନ୍‌ ଇନଫେକ୍ସନ ପାଇଁ ଔଷଧ କେବଳ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଗ୍ରହଣ କରାଯିବା ଉଚିତ୍ । କାରଣ ଗର୍ଭାବସ୍ଥାରେ ଦିଆଯାଇଥିବା ଔଷଧ ସାଧାରଣ ଔଷଧ ଠାରୁ ଅଲଗା ହୋଇଥାଏ । ପ୍ରଥମ ତିନି ମାସରେ ୟୁରିନ୍‌ ଇନଫେକ୍ସନର ଚିକିତ୍ସା ପାଇଁ ଡାକ୍ତରମାନେ କେବଳ ଏପରି ଔଷଧ ଦିଅନ୍ତି ଯାହା ଜନ୍ମିତ ଶିଶୁର ସ୍ୱାସ୍ଥ୍ୟ ଉପରେ କୌଣସି ପ୍ରକାରର ଭୁଲ ପ୍ରଭାବ ପକାଇବ ନାହିଁ ।

    ତେବେ ୟୁରିନ୍‌ ଇନଫେକ୍ସନରେ ଆପଣ ନିଜ ଲାଇଫ୍‌ ଷ୍ଟାଇଲକୁ ପରିବର୍ତ୍ତନ କରିବା ଦ୍ୱାରା ଏହି ବିପଦଗୁଡିକ ମଧ୍ୟ କମ୍‌ କରାଯାଇପାରେ । ସେଥିପାଇଁ ଦିନକୁ ଅତି କମରେ ୮ ଗ୍ଲାସ୍ ପାଣି ପିଇବା, ପରିସ୍ରା କରିବା ପରେ ପାଣିରେ ଭଲ ଭାବରେ ଧୋଇ ହେବା, ପରିଷ୍କାର ଏବଂ ନରମ ସୂତା ଅନ୍ତ ବସ୍ତ୍ର ପିନ୍ଧିବା, ଅତ୍ୟଧିକ ଟାଇଟି ଡ୍ରେସ୍‌ ନପିନ୍ଧିବା, କଫିନ୍, ମଦ୍ୟପାନ, ତେଲିଆ, ମସଲାଯୁକ୍ତ ଖାଦ୍ୟରୁ ଦୂରେଇ ରହିବା । ଏପରି କରିବା ଦ୍ୱାରା ୟୁରିନ୍‌ ଇନଫେକ୍ସନ ହେବାର ଆଶଙ୍କା କମ୍‌ ହୋଇପାରେ । ଏହା ସହିତ ସର୍ବସାଧାରଣ ଶୌଚାଳୟ ବ୍ୟବହାରରୁ ଦୂରେଇ ରହିବା ଉଚିତ ଏବଂ ଘରେ ଶୌଚାଳୟର ପରିଷ୍କାର ପରିଚ୍ଛନ୍ନତା ପ୍ରତି ଧ୍ୟାନ ଦେବା ଉଚିତ୍ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.4 ° C
    24.4 °
    24.4 °
    94 %
    0.4kmh
    100 %
    Mon
    24 °
    Tue
    27 °
    Wed
    29 °
    Thu
    27 °
    Fri
    29 °

    ସମ୍ବନ୍ଧିତ