ହକିକୁ ଅଲବିଦା କହିଲେ ଭେଟେରାନ ଷ୍ଟ୍ରାଇକର ଏସଭି ସୁନୀଲ

ହକିକୁ ଅଲବିଦା କହିଲେ ଭେଟେରାନ ଷ୍ଟ୍ରାଇକର ଏସଭି ସୁନୀଲ
aninews

ହକିକୁ ଅଲବିଦା କହିଲେ ଆଉଜଣେ ଭାରତୀୟ ହକି ତାରକା । ଗୁରୁବାର ଡ୍ରାଗ୍‌-ଫ୍ଲିକର ରୁପିନ୍ଦର ପାଲ୍‌ ସିଂହ ଓ ଡିଫେଣ୍ଡର ବିରେନ୍ଦ୍ର ଲାକ୍ରା ହଲିକୁ ଅଲବିଦା କହିବା ପରେ ଆଜି ସନ୍ୟାସ ଘୋଷଣା କରିଛନ୍ତି ଭେଟେରାନ ଷ୍ଟ୍ରାଇକର ଏସଭି ସୁନୀଲ ।

ଭେଟେରାନ ଭାରତୀୟ ପୁରୁଷ ହକି ଟିମର ଷ୍ଟ୍ରାଇକର ସୁନୀଲ ଶୁକ୍ରବାର ଅନ୍ତର୍ଜାତୀୟ ଅବସର ଘୋଷଣା କରିବା ପରେ ଦୀର୍ଘ ୧୪ ବର୍ଷର ଲମ୍ବା ହକି କ୍ୟାରିୟର ଶେଷ ହୋଇଛି । ୨୦୧୪ ଏସିଆନ ଗେମ୍ସ ସ୍ବର୍ଣ୍ଣ ବିଜେତା ଭାରତୀୟ ଟିମର ସେ ସଦସ୍ୟ ଥିଲେ ।

୩୨ ବର୍ଷୀୟ ସୁନୀଲଙ୍କ ଘର କର୍ଣ୍ଣାଟକରେ । ସଦ୍ୟ ସମାସ୍ତ ଟୋକିଓ ଅଲମ୍ପିକ୍‌ସରେ ସେ ଭାରତୀୟ ଟିମର ସଦସ୍ୟ ନଥିଲେ । ହକି ଟିମ ଇଣ୍ଡିଆ ପାଇଁ ସେ ୨୬୪ଟି ମ୍ୟାଚ୍‌ ଖେଳିଥିବାବେଳେ ୭୨ଟି ଗୋଲ୍‌ ସ୍କୋର କରିଛନ୍ତି । ଶୁକ୍ରବାର ଟ୍ବିଟ ଯୋଗେ ନିଜର ଅବସର ଘୋଷଣା କରିବା ସହ ଟୋକିଓରେ ବ୍ରୋଞ୍ଜ ବିଜେତା ଟିମର ସଦସ୍ୟ ହୋଇପାରି ନଥିବାରୁ ଦୁଃଖିତ ବୋଲି କହିଛନ୍ତି । ତେବେ ଆଗାମୀ ପ୍ୟାରିସ ଅଲମ୍ପିକ୍‌ସକୁ ୩ ବର୍ଷ ଥିବାରୁ ପ୍ରସ୍ତୁତି ପୂର୍ବକ ଯୁବ ପ୍ରତିଭାବାନ ଖେଳାଳିଙ୍କ ପାଇଁ ରାସ୍ତା ଉନ୍ମୁକ୍ତ କରିବାକୁ ଅବସର ଘୋଷଣା କରିବାର ଏହା ଉପଯୁକ୍ତ ସମୟ ବୋଲି ସେ କହିଛନ୍ତି ।