କରୋନା ପଜିଟିଭ୍‌ ଚିହ୍ନଟ ହେଲେ ବଲିଉଡ଼୍‌ ଷ୍ଟାର୍‌ ବରୁଣ ଧାଓ୍ୱନ୍‌...

କରୋନା ପଜିଟିଭ୍‌ ଚିହ୍ନଟ ହେଲେ ବଲିଉଡ଼୍‌ ଷ୍ଟାର୍‌ ବରୁଣ ଧାଓ୍ୱନ୍‌...

ବଲିଉଡ୍‌ର ଆଗଧାଡ଼ିର ଅଭିନେତାଙ୍କ ମଧ୍ୟରୁ ଅନ୍ୟତମ ବରୁଣ ଧାଓ୍ୱନ କରୋନା ସଂକ୍ରମିତ ହୋଇଛନ୍ତି । ସେ ନିଜ ଅପକମିଙ୍ଗ୍‌ର ଫିଲ୍ମ ଜୁଗ୍‌ ଜୁଗ୍‌ ଜିୟୋର ଶୁଟିଂ ଚଣ୍ଡିଗଡ଼ରେ କରୁଥିବା ସମୟରେ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ଫଳରେ ଫିଲ୍ମଟିର ସୁଟିଂକୁ ସ୍ଥଗିତ ରଖାଯାଇଛି । ବରୁଣ ଧାଓ୍ୱନ ତାଙ୍କର କିଛି ଘନିଷ୍ଠ ବନ୍ଧୁମାନଙ୍କ ସହିତ ଭିଡିଓ କଲର ଏକ ସ୍କ୍ରିନସଟ ଶେୟାର କରି ଲେଖିଛନ୍ତି, ମହାମାରୀ ସମୟରେ କାମକୁ ଫେରିବା ପରେ ଦୁର୍ଭାଗ୍ୟଜନକ ଭାବେ ସେ କରୋନା ଆକ୍ରାନ୍ତ ହୋଇଛନ୍ତି । ଶୁଟିଂ ସେଟ୍‌ରେ ସେ ସମସ୍ତ ସତର୍କତା ଅବଲମ୍ୱନ କରିଥିଲେ ମଧ୍ୟ କରୋନା ସଂକ୍ରମିତ ହୋଇଥିବା କହିଛନ୍ତି । ତେଣୁ ଅତିରିକ୍ତ ସାବଧାନ ରହିବାକୁ ବରୁଣ ତାଙ୍କର ସମସ୍ତ ଫଲୋଓ୍ୱର୍ସମାନଙ୍କୁ ପରାମର୍ଶ ଦେଇଛନ୍ତି ।