କୁକୁର ରଖିବା ଶୁଭ ନାଅଶୁଭ ଜାଣନ୍ତୁ

କୁକୁର ରଖିବା ଶୁଭ ନାଅଶୁଭ ଜାଣନ୍ତୁ

ହିନ୍ଦୁ ଧର୍ମରେ, ମାନବ ସେବା ବ୍ୟତୀତ ଅନ୍ୟ ପଶୁ ପକ୍ଷୀମାନଙ୍କର ସେବା କରିବା ଦ୍ୱାରା ପୁନ୍ୟ ମିଳଥାଏ ବୋଲି କୁହାଯାଏ  ।  କେତେକ ପଶୁଙ୍କୁ ଶୁଭ ଓ ଈଶ୍ୱରଙ୍କ ବାହନ ଭାବେ ହିନ୍ଦୁ ଧର୍ମରେ ମାନ୍ୟତା ରହିଥିବା ବେଳେ ସେମାନଙ୍କ ସେବାଯତ୍ନ ସହ ଖାଦ୍ୟ ଖୁଆଇବା ଦ୍ଵାରା ଗ୍ରହ ଶାନ୍ତି ହୋଇଥାଏ ବୋଲି ବାସ୍ତୁ ଶାସ୍ତ୍ରରେ କୁହାଯାଇଛି। ତେବେ ଆଜି ଆମେ ଆପଣଙ୍କୁ ସେହିଭଳି କିଛି ପ୍ରାଣୀମାନଙ୍କ ବିଷୟରେ କହିବୁ ଯେଉଁମାନଙ୍କୁ ଖାଦ୍ୟ ଦେବାଦ୍ଵାରା ଗ୍ରହମାନେ ଶାନ୍ତି ହେବା ସହ ଶୁଭ ଫଳ ମିଳିଥାଏ ବୋଲି କୁହାଯାଏ ...
ଗାଈ: ହିନ୍ଦୁ ଧର୍ମରେ ଗାଈକୁ ସବୁଠାରୁ ପବିତ୍ର ପଶୁଭାବେ ବିବେଚନା କରାଯାଏ। ଭାରତୀୟ ସଂସ୍କୃତିରେ ଗାଈକୁ ମାତାର ମାନ୍ୟତା ମଧ୍ୟ ଦିଆଯାଇଛି  ।  ଗାଈର ଶରୀରରେ ୩୩ କୋଟି ଦେବତା ବାସ କରନ୍ତି ବୋଲି ବିଶ୍ୱାସ କରାଯାଏ। ସକାଳେ ଗାଈକୁ ରୁଟି ଖାଇବାକୁ ଦେବା ଅତ୍ୟନ୍ତ ଶୁଭ ହୋଇଥାଏ, କିନ୍ତୁ ରୁଟି ଖାଇବାକୁ ଦେବା ପାଇଁ କିଛି ସ୍ବତନ୍ତ୍ର ନିୟମ ରହିଛି  ।  ଗାଈକୁ ସର୍ବଦା ତାଜା ରୁଟି ଖାଇବାକୁ ଦିଅନ୍ତୁ  ।  କିଛି ଲୋକ ରାତିରେ ରଖାଯାଇଥିବା ପୁରୁଣା ରୁଟି ଖାଇବାକୁ ଦିଅନ୍ତି, ଯାହା ଲାଭ ବଦଳରେ ଓଲଟା କ୍ଷତି ଘଟାଏ  ।  ଏପରି ପରିସ୍ଥିତିରେ ଗାଈକୁ ସବୁବେଳେ ତାଜା ରୁଟି ଖାଇବାକୁ ଦିଅନ୍ତୁ  ।  ଗାଈକୁ ରୁଟି ଖାଇବାକୁ ଦେବା ଦ୍ଵାରା ଘରେ କୌଣସି ପ୍ରକାର କ୍ଷତି ବା ଅନିଷ୍ଟ ହୋଇନଥାଏ। ଦେବତାମାନେ ସର୍ବଦା ଆପଣଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି। ସୋମବାର ଦିନ ରୁଟିରେ ଲହୁଣୀ, ବୁରା କିମ୍ବା ଚିନି ଇତ୍ୟାଦି ରଖି ଗାଈକୁ ଖାଇବାକୁ ଦେବା ଦ୍ଵାରା ଚନ୍ଦ୍ର ଦୋଷ କଟିଥାଏ  ।  ରୁଟିରେ ଗୁଡ଼ ଏବଂ ହଳଦୀ ଟିକା ଲଗେଇ ଗାଈକୁ ଖାଇବାକୁ ଦେବା ଦ୍ଵାରା ମଙ୍ଗଳ ଏବଂ ବୃହସ୍ପତି ସମ୍ବନ୍ଧୀୟ ଗ୍ରହ ଦୋଷ ତ୍ରୁଟି ସମାପ୍ତ ହୋଇଥାଏ  । 
କୁକୁର: କୁକୁର ଆମ ସମାଜର ଏକ ଅବିଚ୍ଛେଦ୍ୟ ଅଙ୍ଗ  । ବିଶ୍ୱସନୀୟତାରେ କୁକୁରର ଉଦାହରଣ ସର୍ବ ପ୍ରଥମେ ରହିବ। ଘରେ କୁକୁର ପାଳିବା ଦ୍ଵାରା ଏହା ଅଶୁଭ ଗ୍ରହମାନଙ୍କର ବିନାଶ କରିଥାଏ। ଅନେକ ସମୟରେ ଦେଖାଯାଏ ଯେ ପାଳିତ କୁକୁର ହଠାତ୍ ଅସୁସ୍ଥ ହୋଇଯାଏ କିମ୍ବା ମରିଯାଏ  । ଏହା ପରେ, ଘରେ ଅସୁସ୍ଥ ଥିବା ବ୍ୟକ୍ତି ଧୀରେ ଧୀରେ ଭଲ ହୋଇଯାନ୍ତି  । ଅର୍ଥାତ୍ ସେ ଘର ମାଲିକର ମନ୍ଦ ଗ୍ରହକୁ ନିଜ ଉପରେ ନେଇ କୁକୁରଟି ଯନ୍ତ୍ରଣା ଭୋଗିଥାଏ ବୋଲି ବିଶ୍ୱାସ କରାଯାଏ  ।  କିନ୍ତୁ ଯଦି ଆପଣ କୁକୁର ରଖୁଛନ୍ତି କିଛି ବିଶେଷ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ। ଘରେ କୁକୁରଙ୍କ ପାଇଁ ଏକ ଅଲଗା ସ୍ଥାନ ତିଆରି କରାଯିବା ଉଚିତ୍, କାରଣ କୁକୁରଟି ଘରସାରା ବୁଲିବା ଦ୍ୱାରା ଘରର ପୂର୍ବପୁରୁଷ ଓ ଦେବତାମାନେ ସେହି ଘରର ଭୋଗ ଗ୍ରହଣ କରି ପାରନ୍ତି ନାହିଁ ବା ଘରଠୁ ଦୂରେଇ ରୁହନ୍ତୁ ବୋଲି କୁହାଯାଏ।ଯଦି ଆପଣଙ୍କ ରାହୁ ଏବଂ କେତୁ ଅଶୁଭ ଚାଲୁଛି ତେବେ କୁକୁରକୁ ପ୍ରତିଦିନ କ୍ଷୀର, ରୁଟି , ବ୍ରେଡ କିମ୍ବା ବିସ୍କୁଟ ଖାଇବାକୁ ଦିଅନ୍ତୁ  ।  ରାହୁ ଏବଂ କେତୁ ସହିତ ଜଡିତ ସମସ୍ତ ସମସ୍ୟା ଦୂର ହୋଇଯିବ  ।  ମାନସିକ ଚାପ ଦୂର ହେବ ଏବଂ ସଙ୍ଘର୍ଷ କିଛି ମାତ୍ରାରେ ହ୍ରାସ ପାଇବ  ।  ଅମାବାସ୍ୟା ଦିନ କୁକୁରକୁ ଘିଅ ଯୁକ୍ତ ରୁଟି ଖାଇବାକୁ ଦେଲେ ଜୀବନ ବିପଦରୁ ମୁକ୍ତ ରହିଥାଏ। 
ମାଙ୍କଡ: ମଙ୍ଗଳ ଗ୍ରହର ପ୍ରଭାବ ଯୋଗୁଁ ଯଦି ଆପଣ ଅଧିକ କ୍ରୋଧିତ ହେଉଛନ୍ତି, ଭାଇଭାଇ ଭିତରେ ପଡୁନି, ବିଭିନ୍ନ ପ୍ରକାର ଯାନ୍ତ୍ରିକ ଆଘାତ ବା ଅନ୍ୟ କିଛି କଷ୍ଟ ପାଉଛନ୍ତି ତେବେ ମଙ୍ଗଳବାର ଦିନ ଆପଣ ଗୁଡ଼, ଚଣା କିମ୍ବା କଦଳୀ ମାଙ୍କଡ଼କୁ ଖାଇକୁ ଦେବା ଦ୍ଵାରା ଏହି ସବୁ ସମସ୍ୟାରୁ ମୁକ୍ତି ପାଇପାରିବେ  । 
କାଉ: ହିନ୍ଦୁ ଧର୍ମରେ କାଉମାନଙ୍କୁ ପୈତୃକ କାରକ ଭାବେ ବିବେଚନା କରାଯାଏ। ପିତୃପକ୍ଷରେ ପୂର୍ବପୁରୁଷ ମାନଙ୍କୁ ସ୍ମରଣ କରାଯାଇ କାଉକୁ ଖାଇବାକୁ ଦିଆଯାଏ।ଯଦି ତୁମ ସହିତ କିଛି ଅଜବ ଘଟଣା ଘଟୁଛି, ମନ ବିଚଳିତ ହେଉଛି, ଅଜ୍ଞାତ ଭୟର ଆଶଙ୍କା ରହୁଛି ତେବେ କାଉକୁ ମିଠା ହଳଦିଆ ଭାତ ଖାଇବାକୁ ଦିଅନ୍ତୁ  । କାଉକୁ ଖାଇବାକୁ ଦେବା ଦ୍ୱାରା ଶନି, ରାହୁ ଏବଂ କେତୁଙ୍କ ଦୋଷ କଟିଥାଏ।
ହାତୀ: ବର୍ତ୍ତମାନ ଗାଁ କିମ୍ବା ସହରରେ ହାତୀ କ୍ୱଚିତ୍ ଦେଖାଯାଉଛନ୍ତି। ଯେତେବେଳେ ବି ଆପଣ ହାତୀକୁ ନିଜ ଗାଁ କିମ୍ବା ଅନ୍ୟ କୌଣସି ସ୍ଥାନରେ ଦେଖୁଛନ୍ତି ତେବେ ସେତେବେଳେ ସେହି ସୁଯୋଗକୁ ହାତଛାଡ କରନ୍ତୁ ନାହିଁ  ।  ବ୍ୟବସାୟ, ଜ୍ଞାନ, ଲାଭ ଏବଂ ଜୀବନରେ ଉପଯୁକ୍ତ ସମ୍ମାନ ପାଇବା ପାଇଁ ହାତୀକୁ ନିଜ ହାତରେ କଦଳୀ , ଆଖୁ ଇତ୍ୟାଦି ଖାଇବାକୁ ଦିଅନ୍ତୁ।  ପକ୍ଷୀ: ଅନେକ ପକ୍ଷୀ ଅମା ସମାଜରେ ରହିଥାନ୍ତି ଯେଉଁମାନେ କ୍ଷତିକାରକ ପୋକ ଖାଇ ଫସଲ ଏବଂ ପରିବେଶକୁ ସୁରକ୍ଷା ଦିଅନ୍ତି  ।  ଗାଁରେ ଶୀତଦିନେ ପକ୍ଷୀକୁ ଚାଉଳ, ଧାନ, ଗହମ, ବାଜରା ଇତ୍ୟାଦି ଖାଇବାକୁ ଦେବାର ପରମ୍ପରା ଆଗରୁ ରହିଥିଲା। ଏବେ ମଧ୍ୟ କିଛି ମାତ୍ରାରେ ଦେଖା ଯାଏ। ଏହାଦ୍ବାରା ପରିବାରର ସୁଖଶାନ୍ତି ବିଦ୍ୟମାନ ରହୁଥିଲା ବୋଲି କୁହାଯାଏ। ଯଦି ଆପଣବି ଚାହୁଁଛନ୍ତି ଯେ ପରିବାରରେ ପ୍ରେମ ଏବଂ ସ୍ନେହ,ଶ୍ରଦ୍ଧା ବଢ଼ୁ ତେବେ ଆପଣ ପକ୍ଷୀମାନଙ୍କୁ ବିଭିନ୍ନ ପ୍ରକାର ମଞ୍ଜି ବା ଦାନ ଖାଇବାକୁ ଦିଅନ୍ତୁ ଅନେକ ସଫଳତା ପାଇପାରିବେ  ।