ପରିବା ଛୁଇଁଲେ ଆସୁଛି ଜର, ଟମାଟୋ କିଲୋ ୧୦୦

ପରିବା ଛୁଇଁଲେ ଆସୁଛି ଜର, ଟମାଟୋ କିଲୋ ୧୦୦

ଗରିବ ଆଉ ମଧ୍ୟବିତ୍ତଙ୍କୁ ଅଣବିଶ୍ବାସୀ କଲାଣି ଦରଦାମ ବୃଦ୍ଧି। ଖାଇବା ତେଲାରୁ ଆରମ୍ଭ କରି ଦିଆସିଲ ପର୍ଯ୍ୟନ୍ତ ସବୁର ଦର ବଢୁଥିବା ବେଳେ ପରିବା ଦର ବୃଦ୍ଧି ସିଧାସଳଖ ହାଣ୍ଡି ସାଳକୁ ପ୍ରଭାବିତ କରିଛି। ଦର ଦେଖି ଦୋକାନକୁ ଯିବାକୁ ଲୋକ ଡରୁଥିବା ବେଳେ ଗୃହିଣୀ କଣ ରାନ୍ଧିବେ ଭାବି ବସୁଛନ୍ତି। କାର୍ତ୍ତିକ ମାସ ଗଲା ପରେ ବି ବଜାରରେ କଞ୍ଚା ପରିବା ଦର କମିବାର ନା ନେଉନି। କଖାରୁ, ସରୁକୁ ଛାଡ଼ି ଦେଲେ ସବୁ ପରିବା ୫୦ ଉପରେ। ଟମାଟୋ କଥା ତ ନକହିବା ଭଲ । କିଛି ଦିନ ତଳେ ଟମାଟୋ କିଲ ପ୍ରତି ୬୦ ରୁ ୭୦ ଟଙ୍କା ରହିଥିବା ବେଳେ ଦିଇଦିନ ହେଲା ୧୦୦ରେ ବିକ୍ରୀ ହେଉଛି। ଖୁଚୁରା ଦୋକାନରେ ଟମାଟୋ ମୂଲ୍ୟ ୧୦୦ ଟଙ୍କାରେ ପହଂଚିଛି। ସେହିପରି ବାଇଗଣ ୫୦ ରୁ ୮୦ ଟଙ୍କା ରହିଥିବା ବେଳେ ବିନ୍ସବି ୬୦ ରୁ ୮୦ ଟଙ୍କା ପର୍ଯ୍ୟନ୍ତ ବିକ୍ରୀ ହେଉଛି। ଫୁଲ କୋବି କିଲୋ ୫୦-୭୦ ଟଙ୍କାରେ ବିକ୍ରି ହେଉଛି, କଲରା ୬୦, ପୋଟଳ ୫୦ ରୁ ୮୦ ଟଙ୍କା ଛୁଇଁଛି । ସେହିପରି ଲାଉ କିଲୋ ୪୦-୫୦ ଟଙ୍କାରେ ବିକ୍ରି ହେଉଛି। ଦକ୍ଷିଣ ଭାରତ ରାଜ୍ୟଗୁଡ଼ିକ ତଥା କର୍ଣ୍ଣାଟକ, ଆନ୍ଧ୍ରରେ ବର୍ଷ ଯୋଗୁ ପରିବା ଉତ୍ପାଦନ ହ୍ରାସ ପାଇବା ସହ ସେଠାରୁ ଓଡ଼ିଶାକୁ ପରିବା ଆସି ପାରୁନାହିଁ। ଏହି କାରଣରୁ ଦରଦାମ ଅଧିକ ବୃଦ୍ଧି ପାଉଛି। ଓଡିଶାରେ ଉତ୍ପାଦିତ ପରିବା ରାଜ୍ୟର ଚହିଦା ମେଣ୍ଟାଇବା ପାଇଁ ଯଥେଷ୍ଟ ନୁହେଁ। ଯାହା ଫଳରେ ଓଡ଼ିଶାରେ ପରିବା ଦର ବିଭିନ୍ନ ସମୟରେ ଆକାଶ ଛୁଆଁ ରହୁଛି। ଆହୁରି ଦୁଇ ସପ୍ତାହ ପାରିବା ଦର ଏଭଳି ଉଚ୍ଚା ରହିବ ବୋଲି ବେପାରୀମାନେ କୁହନ୍ତି।