ଧନ୍ୟବାଦ ରାଜ୍ୟ ସରକାର: ଏଣିକି ଡାକ୍ତରଖାନାରେ ଚିକିତ୍ସାଧୀନ କରୋନା ସଂକ୍ରମିତଙ୍କୁ ଭିଡିଓ ମାଧ୍ୟମରେ ଯୋଗାଯୋଗ କରି ସୁବିଧା-ଅସୁବିଧା ବୁଝିପାରିବେ ସମ୍ପର୍କୀୟ...

ଧନ୍ୟବାଦ ରାଜ୍ୟ ସରକାର: ଏଣିକି ଡାକ୍ତରଖାନାରେ ଚିକିତ୍ସାଧୀନ କରୋନା ସଂକ୍ରମିତଙ୍କୁ ଭିଡିଓ ମାଧ୍ୟମରେ ଯୋଗାଯୋଗ କରି ସୁବିଧା-ଅସୁବିଧା ବୁଝିପାରିବେ ସମ୍ପର୍କୀୟ...

ଡାକ୍ତରଖାନାରେ କରୋନା ସଂକ୍ରମିତଙ୍କ ଚିକିତ୍ସାରେ ଗୁରୁତର ଅବହେଳା ହେଉଥିବା ନେଇ ଦୁଃଖଦ ଖବରଗୁଡ଼ିକ ଅନେକ ସମୟରେ ସାମାଜିକ ଗଣମାଧ୍ୟମ ଦ୍ୱାରା ଭାଇରାଲ୍‌ ହେବା ପରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା । ବିଶେଷକରି ସରକାର କରୋନା ରୋଗୀଙ୍କ ଚିକିତ୍ସା ନେଇ ଆଦୌ ସମ୍ୱେଦନଶୀଳ ନ ଥିବା ବାରମ୍ୱାର ଅଭିଯୋଗ କରୁଥିଲେ ସମ୍ପର୍କୀୟମାନେ । ଏହିସବୁ ସ୍ପର୍ଶକାତର ଘଟଣାଗୁଡ଼ିକର ଗୁରୁତ୍ତ୍ୱକୁ ଅନୁଭବ କରି ରାଜ୍ୟ ସରକାର ଏକ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି । ସୂଚନା ଅନୁସାରେ, ସବୁ କରୋନା ଯତ୍ନ କେନ୍ଦ୍ର (ସିସିସି) ଏବଂ ଡାକ୍ତରଖାନାରେ ସ୍ୱତନ୍ତ୍ର ଭାବେ ସହାୟତା କେନ୍ଦ୍ର ଖୋଲାଯାଇ ସେଠାରେ ଲାଇଭ୍‌ ଭିଡିଓ ବ୍ୟବସ୍ଥାର ଆରେଞ୍ଜମେଣ୍ଟ କରିବାକୁ ସରକାରୀ ଓ ଘରୋଇ ଡାକ୍ତରଖାନାଗୁଡ଼ିକୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏପରି କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା କରୋନା ସଂକ୍ରମିତଙ୍କ ସହିତ ସେମାନଙ୍କ ସମ୍ପର୍କୀୟମାନେ ଭାବର ଆଦାନ ପ୍ରଦାନ କରିପାରିବେ ଏବଂ ସଂପୃକ୍ତ ରୋଗୀଙ୍କର ଚିକିତ୍ସା ସମ୍ୱନ୍ଧୀୟ ଭଲ ମନ୍ଦ ବୁଝି ଆତ୍ମସନ୍ତୋଷ ଲାଭ କରିପାରିବେ । ଏ ନେଇ ସୂଚନା ପ୍ରଯୁକ୍ତି ଏବଂ ବିଜ୍ଞାନ ଓ କାରିଗରୀ ବିଭାଗ ସଚିବ ମନୋଜ ମିଶ୍ର ସୂଚନା ଦେବା ପରେ ରାଜ୍ୟତମାମ ସରକାରଙ୍କ ଏଭଳି ପଦକ୍ଷେପକୁ ପ୍ରଶଂସା କରାଯାଉଛି । ତେବେ ଖୁବଶୀଘ୍ର ଏହି କାର୍ଯ୍ୟ ଶେଷ ହେବ । ସରକାରଙ୍କ ପକ୍ଷରୁ ଏକ ପୋର୍ଟାଲ କାର୍ଯ୍ୟକ୍ଷମ କରାଯାଇସାରିଛି, ଯେଉଁଥିରେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସମସ୍ତ କରୋନା ସଂକ୍ରମିତଙ୍କ ବିବରଣୀ ରହିବ ବୋଲି ଶ୍ରୀ ମିଶ୍ର ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇଛନ୍ତି ।