ଭିଜିଲାନ୍ସ ଜାଲରେ ସମ୍ବଲପୁର ଓମ୍ଫେଡ୍ ଡେପୁଟି ମ୍ୟାନେଜର, ଏକକାଳୀନ ୪ଟି ସ୍ଥାନରେ ରେଡ୍
ସମ୍ବଲପୁର ୧୦।୦୨: ଓମ୍ଫେଡ଼ ଡେପୁଟି ମ୍ୟାନେଜରଙ୍କ ଘରେ ଭିଜିଲାନ୍ସ ରେଡ୍ । ସମ୍ବଲପୁର ଓମ୍ଫେଡ୍ ଡେପୁଟି ମ୍ୟାନେଜର କିଶୋର ନାୟକଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ୍ ହୋଇଛି । ଏକକାଳୀନ ୪ଟି ସ୍ଥାନରେ ଚଢାଉ କରୁଛି ଭିଜିଲାନ୍ସ ।
ଖବର ଅନୁଯାୟୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର ଓମଫେଡ ଡେପୁଟି ମ୍ୟାନେଜର କିଶୋର ନାୟକଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ ହୋଇଛି । ଏକକାଳୀନ ଭିଜିଲାନ୍ସ ପକ୍ଷରୁ ସାକ୍ଷୀପଡାସ୍ଥିତ ଘର, ସାକ୍ଷୀପଡାସ୍ଥିତ ଅଫିସ , ପୁରୀ ସ୍ଥିତ ପୈତୃକ ଘର ଓ ଭୁବନେଶ୍ବରରେ ଚଢାଉ ହେଉଛି । ଏବେ ଯାଏଁ କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି । ସେନେଇ ସବିଶେଷ ତଥ୍ୟ ହାସଲ ହୋଇନାହିଁ ।
Comments (0)