Friday, December 27, 2024
19 C
Odisha

    ବାଦୁଡ଼ି ସୁରକ୍ଷା ପାଇଁ ନିଜକୁ ସମର୍ପିତ କରିଛନ୍ତି ଗାଁ ଲୋକେ

    ଆଗକୁ ପଢନ୍ତୁ

    ବୌଦ୍ଧ: ଗୋଟିଏ କି ଦୁଇଟି ନୁହେଁ ହଜାର ହଜାର ସଂଖ୍ୟାରେ ବାଦୁଡ଼ି ପକ୍ଷୀଙ୍କ କିଚିରି ମିଚିରି ଶବ୍ଦରେ ଫାଟି ପଡୁଛି ଅଞ୍ଚଳ । ବୌଦ୍ଧ ଜିଲ୍ଲା ମନମୁଣ୍ଡା ରେଞ୍ଜ ଅଧିନସ୍ଥ ବରଗୋଛା ପଞ୍ଚାୟତର ମଲ୍ଲିକପଡା ଗାଁ l ଗାଁ ମୁଣ୍ଡ ସୃଷ୍ଟି କରିଛି ଚିଲିକାର ଭ୍ରମ । ବାଦୁଡ଼ିମାନେ ନିର୍ଭୟ ଭାବରେ ଏ ଡାଳରୁ ସେ ଡାଳକୁ ଡେଉଁଥିବାର ଦୃଶ୍ୟ ଯେ ପଥିକଟିଏ କୁ ଘଡିଏ ନ ଅଟକାଇବ ତାହା ଅସମ୍ଭବ । । ପକ୍ଷୀ ମାନଙ୍କ ପ୍ରତି ଭଲପାଇବା , ଆଉ ସେମାନଙ୍କ ସୁରକ୍ଷା ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରି ନିଜକୁ ସମର୍ପିତ କରି ପକ୍ଷୀ ମାନଙ୍କ ବଂଶ ବିସ୍ତାର କରିବା ଦିଗରେ କାମ କରିବା ଲୋକଙ୍କ ସଂଖ୍ୟା ଦୁନିଆରେ ବହୁତ କମ । ଆଉ ସେମାନଙ୍କ ପାଇଁ ହିଁ ଆଜି ବି କିଛି ସ୍ଥାନରେ ଭିନ୍ନଭିନ୍ନ ପ୍ରଜାତିର ପକ୍ଷୀଙ୍କୁ ଦେଖିବାକୁ ମିଳୁଛି । ଆମେ କହୁଛୁ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ମଲ୍ଲିକପଡା ଗାଁ ଲୋକଙ୍କ କଥା ଯିଏ ବାଦୁଡ଼ି ସୁରକ୍ଷା ପାଇଁ ନିଜକୁ ସମର୍ପିତ କରିଛନ୍ତି ।

    ହଁ ଆଜ୍ଞା, ବାଦୁଡ଼ିଙ୍କ ସୁରକ୍ଷା ପାଇଁ ଲାଗିପଡିଛନ୍ତି ଗ୍ରାମବାସୀ । ବର୍ଷ ତମାମ ଏହି ଗଛରେ ରୁହନ୍ତି ବାଦୁଡ଼ି ପକ୍ଷୀ । ହେଲେ ଶିକାରୀ ମାନଙ୍କ ଶିକାର ଆଉ ଗ୍ରାମବାସୀଙ୍କ ସଚେତନତା ଅଭାବରୁ ଗେଣ୍ଡାଳିଆ ପକ୍ଷୀଙ୍କ ବଂଶ ନିପାତ ହେବାକୁ ବସିଥିଲା । ପରେ ଆଖପାଖ ଗାଁ ଲୋକଙ୍କୁ ନେଇ ଏକ ବୈଠକ କରିଥିଲେ ଓ ଶିକାରୀମାନଙ୍କୁ ମନା କରିଥିଲେ । ଗାଁ ଗାଁ ବୁଲି ଲୋକଙ୍କୁ ସଚେତନତା କରିବା ସହିତ ବାଦୁଡ଼ିଙ୍କୁ ଯଦି ଆମେ ଏଭଳି ଶିକାର କରିବା ତାହେଲେ ଆଉ ବାଦୁଡ଼ି ପକ୍ଷୀ ମାନଙ୍କୁ ଦେଖିବାକୁ ପାଇବା ନାହିଁ । ତେଣୁ ପକ୍ଷୀଙ୍କ ସୁରକ୍ଷା ପାଇଁ ଆମେ ଶପଥ ନେବା ଭଳି କାର୍ଯ୍ୟକ୍ରମ କରି ଲୋକଙ୍କ ମନରେ ଭରିଥିଲେ ପକ୍ଷୀ ପ୍ରିତି । ଆଉ ଏବେ ୫ ହଜାର ପର୍ଯ୍ୟନ୍ତ ବଂଶ ବୃଦ୍ଧି ହୋଇପାରିଛି ବାଦୁଡ଼ିଙ୍କ ସଂଖ୍ୟା । ବାଦୁଡ଼ି ପରି ପକ୍ଷୀ ଦିନକୁ ଦିନ ଲୋପ ପାଇବାକୁ ବସିଥିବା ବେଳେ ଏହି ଗାଁରେ ବାଦୁଡ଼ି ଦେଖିବାକୁ ଲୋକମାନେ ଆସୁଛନ୍ତି ଓ ମଜା ନେଉଛନ୍ତି ଲୋକେ l

    ବାଦୁଡ଼ି ପକ୍ଷୀ ଦେଖିବାକୁ ଆଖପାଖ ଅଂଚଳରୁ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥାଏ l ଗାଁ ଲୋକଙ୍କ କହିବା ଅନୁସାରେ ବାପ ଅଜା ଅମଳରୁ ଗାଁ ମୁଣ୍ଡରେ ବାଦୁଡ଼ି ରହି ଆସୁଛନ୍ତି l ହେଲେ ଏଠାରେ ଆବଶ୍ୟକ ସଂଖ୍ୟକ ଗଛ ନ ଥିବାରୁ ପକ୍ଷୀ ମାନଙ୍କର ରହିବାରେ ଅସୁବିଧା ହୋଇଥାଏ l ସେହିପରି ପକ୍ଷୀ ମାନଙ୍କର ସୁରକ୍ଷା ପାଇଁ ବନ ବିଭାଗ ଆବଶ୍ୟକ ସଂଖ୍ୟକ ବୃକ୍ଷ ରୋପଣ ସାଙ୍ଗକୁ ଏକ ଜଗୁଆଳି ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି l ଗାଁ ଲୋକଙ୍କ ମନରେ ପକ୍ଷୀମାନଙ୍କ ପ୍ରତି ସୃଷ୍ଟି ହୋଇଥିବା ଭଲପାଇବା ହିଁ ବାଦୁଡିଙ୍କ ବଂଶ ବିସ୍ତାର କରିବାର ମୁଖ୍ୟ ମାଧ୍ୟମ ବୋଲି କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    19 ° C
    19 °
    19 °
    97 %
    1.3kmh
    16 %
    Thu
    19 °
    Fri
    27 °
    Sat
    28 °
    Sun
    28 °
    Mon
    28 °

    ସମ୍ବନ୍ଧିତ