ବୁର୍ଲା ଭୀମସାରରେ ୫ଟି ହଷ୍ଟେଲକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲା ଜିଲ୍ଲା ପ୍ରଶାସନ

ବୁର୍ଲା ଭୀମସାରରେ ୫ଟି ହଷ୍ଟେଲକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲା ଜିଲ୍ଲା ପ୍ରଶାସନ

ବୁର୍ଲା ଭୀମସାରରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ ସଂଖ୍ୟା। ଗତ ଦୁଇ ଦିନରେ ଏଠାରେ ୩୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଲେଣି । ଏହାକୁ ନେଇ ବଡ ପଦକ୍ଷେପ ଗ୍ରହଣ କରିଛନ୍ତି ଜିଲ୍ଲା ପ୍ରଶାସନ । ସଂକ୍ରମିତ ଚିହ୍ନଟ ହୋଇଥିବା ସମସ୍ତ ହଷ୍ଟେଲକୁ ସାନିଟାଇଜ କରିବା ସହ ୫ଟି ହଷ୍ଟେଲକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ। ଏହି ହଷ୍ଟେଲ ଗୁଡ଼ିକ ହେଉଛି ସାବିତ୍ରୀ, ଗାର୍ଗୀ, ଚରକ, ଭୃଗୁ ଏବଂ ପାତଞ୍ଜଳି । ସାବିତ୍ରୀ ଓ ଗାର୍ଗୀ ଛାତ୍ରୀ ନିବାସ ହୋଇଥିବାବେଳେ ବାକି ୩ଟି ଛାତ୍ର ନିବାସ । ସେହିପରି ଷ୍ଟାଫ୍ କ୍ବାର୍ଟର, ଆପାଲା ଛାତ୍ରୀ ନିବାସ, ଆତ୍ରେୟ, ବିଶ୍ବାମିତ୍ର ଏବଂ ମାର୍କଣ୍ଡେୟ ଛାତ୍ରାବାସ ବୋଫର ଜୋନ୍ ମଧ୍ୟରେ ରହିଛି । ଶୁକ୍ରବାର ସକାଳ ୭ଟାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ହଷ୍ଟେଲ ଗୁଡ଼ିକ କଣ୍ଟେନମେଣ୍ଟ ସମୟ ଲାଗୁ ହେବ ବୋଲି ପ୍ରଶାସନ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି। କଣ୍ଟେନମେଣ୍ଟ ଜୋନ ଘୋଷଣା ପରେ ଏଠାକୁ ଯିବା ଆସିବା ଉପରେ ଲାଗିଛି କଟକଣା। ଦୁଇଦିନ ତଳେ ଏଠାରୁ ୨୨ ଜଣ ଛାତ୍ରୀ କରୋନା ପଜେଟିଭ ଚିହ୍ନଟ ହୋଇଥିଲେ। ଏହାପରେ ଆଉ ୭ ଜଣ ଛାତ୍ର ପଜେଟିଭି ଚିହ୍ନଟ ହୋଇଥିଲେ।