ନୂଆ ରେକର୍ଡ ହାସଲ କଲେ ବିରାଟ କୋହଲି

ନୂଆ ରେକର୍ଡ ହାସଲ କଲେ ବିରାଟ କୋହଲି

ଅନ୍ତର୍ଜାତୀୟ କ୍ରିକେଟରେ ଦ୍ରୁତ ୨୩ ହଜାର ରନ୍ ପୂରଣ କଲେ ଭାରତୀୟ ଅଧିନାୟକ ବିରାଟ କୋହଲି । ଏହି କ୍ରମରେ ବିରାଟ କୋହଲି କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଛନ୍ତି । ଅନ୍ତର୍ଜାତୀୟ କ୍ରିକେଟରେ ୨୩ ହଜାର ରନ ପୂରଣ କରିବାରୁ ସଚିନ ତେନ୍ଦୁଲକର ୫୨୨ ଟି ଇନିଂସ ଖେଳିଥିଲେ । କିନ୍ତୁ ବିରାଟ କୋହଲି ମାତ୍ର ୪୯୦ଟି ଇନିଂସରେ ଏହି ମାଇଲ ଖୁଣ୍ଟ ଛୁଇଁଛନ୍ତି ।

ଭାରତ ଓ ଇଂଲଣ୍ଡ ମଧ୍ୟରେ ଜାରି ରହିଥିବା ଚତୁର୍ଥ ଟେଷ୍ଟ ମ୍ୟାଚରେ ବିରାଟ କୋହଲି ଏହି ରେକର୍ଡ ହାସଲ କରିଛନ୍ତି । ଏହି କ୍ରମରେ ସେ ସଚିନ ତେନ୍ଦୁଲକର, ରିକି ପଣ୍ଟିଂ (୫୪୪) ଓ କୁମାର ସାଙ୍ଗାକାରଙ୍କ ରେକର୍ଡ ଭାଙ୍ଗିଛନ୍ତି । ତେବେ ପୂର୍ବରୁ ବିଶ୍ବରେ ଏଭଳି କିର୍ତ୍ତୀନାମା କେବଳ ୬ ଜଣ କ୍ରିକେଟରଙ୍କ ନାମରେ ରହିଥିଲା । ତେବେ ବର୍ତ୍ତମାନ ଏହି ଲିଷ୍ଟରେ ସାମିଲ ହୋଇଛନ୍ତି ରନ ମେସିନ ବିରାଟ କୋହଲି ।

୨୩ ହଜାର ରନ କ୍ଲବରେ ସାମିଲ ହେବାକୁ କୋହଲି ୮୯ଟି ଟି-୨୦ ଇନିଂସ, ୨୪୫ଟି ଦିନିକିଆ ଓ ୧୬୨ଟି ଟେଷ୍ଟ ଇନିଂସ ଖେଳିବାକୁ ପଡ଼ିଛି । ବିରାଟ କୋହିଲ ବର୍ତ୍ତମାନ ଫର୍ମରେ ନାହାନ୍ତି । ଗତ ୨୦୧୯ ମସିହା ନଭେମ୍ବର ମାସରେ ସେ ଶେଷ ଥର ପାଇଁ ଶତକ ହାସଲ କରିଥିଲେ । ଏହାପରଠୁ ଶତକ ମରୁଡ଼ିରେ ରହିଛନ୍ତି ବିରାଟ କୋହିଲ । ଏହାରି ମଧ୍ୟରେ ସେ ଏକ ନୂଆ ରେକର୍ଡରେ ସାମିଲ ହୋଇଛନ୍ତି ।