୨୩ ଜିଲ୍ଲାର ୫୫ଟି ଜଳଉତ୍ସ ଅତ୍ୟନ୍ତ ପ୍ରଦୂଷିତ

୨୩ ଜିଲ୍ଲାର ୫୫ଟି ଜଳଉତ୍ସ ଅତ୍ୟନ୍ତ ପ୍ରଦୂଷିତ

ରାଜ୍ୟର ପ୍ରଦୂଷିତ ହେବାରେ ଲାଗିଛି ଜଳଉତ୍ସ, ବିଷ ପାଲଟି ଯାଉଛି ପାଣି। ୨୩ ଜିଲ୍ଲାରେ ୫୫ଟି ଜଳଉତ୍ସ ଅତ୍ୟନ୍ତ ପ୍ରଦୂଷିତ ବୋଲି ଜଣାପଡିଛି। ଏସବୁ ଜଳଉତ୍ସ ସାଧାରଣ ଲୋକଙ୍କ ପାଇଁ ବ୍ୟବହାର ଉପଯୋଗୀ ନୁହେଁ ଜଣାପଡିବା ପରେ ଜଳସମ୍ପଦ ବିଭାଗ ଉଦବେଗ ପ୍ରକାଶ କରିଛନ୍ତି। ୫୫ଟି ଜଳଉତ୍ସ ମଧ୍ୟରୁ ୧୪ଟି ଜଳସମ୍ପଦ ବିଭାଗ ଦ୍ୱାରା ପରିଚାଳିତ । ଏହି ୧୪ଟି ଜଳଉତ୍ସର ପାଣିକୁ ପ୍ରଦୂଷଣମୁକ୍ତ କରିବାକୁ ବିଭାଗୀୟ ମୁଖ୍ୟ ଯନ୍ତ୍ରୀ ବ୍ୟକ୍ତିଗତ ଭାବେ ଅନୁଧ୍ୟାନ କରି ପଦକ୍ଷେପ ନେବାକୁ ଜଳସମ୍ପଦ ବିଭାଗର ପ୍ରମୁଖ ସଚିବ ଅନୁ ଗର୍ଗ ନିର୍ଦ୍ଦେଶ ଦେଇଛନ୍ତି ।ଏଥିପାଇଁ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବା ସହ ନିୟମିତ ପାଣିର ମାନ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ଏନଜିଟି ରାୟ ଆଧାରରେ ଅନ୍ୟ ୪୧ଟି ଜଳଉତ୍ସ ପାଇଁ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବାକୁ କୁହାଯାଇଛି । ଆସନ୍ତା ୧୫ ତାରିଖ ସୁଦ୍ଧା ସବୁ ଜଳଉତ୍ସର ସୁରକ୍ଷା ଓ ପ୍ରଦୂଷଣମୁକ୍ତ ପାଇଁ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯିବ । ଏନେଇ ଜଳସମ୍ପଦ ବିଭାଗର ପ୍ରମୁଖ ସଚିବ ୨୩ ଜିଲ୍ଲାପାଳଙ୍କୁ ଚିଠି ଲେଖି ଜଣାଇଛନ୍ତି ।