ୱାକ୍ସିଂ କରୁଥିଲେ ଜାଣିରଖନ୍ତୁ କିଛି ଟିପ୍ସ

ୱାକ୍ସିଂ କରୁଥିଲେ ଜାଣିରଖନ୍ତୁ କିଛି ଟିପ୍ସ

ବୁ୍ୟଟିପାର୍ଲର ହେଉ କିମ୍ବା ଘରେ ୱାକ୍ସିଂ କରିବା ଲାଗି ବ୍ୟବହାର କରୁଥିବା ଅନେକ ୱାକ୍ସିଂ ପ୍ରଡକ୍ଟ କେମିକାଲଯୁକ୍ତ, ଯାହାକି ତ୍ୱଚାକୁ ଡ୍ରାଏ କରିବା ସହ ଆଲର୍ଜୀ ଭଳି ସମସ୍ୟା ମଧ୍ୟ ସୃଷ୍ଟି କରିଥାଏ । ଏହା ଶରୀର ଉପରେ ଖରାପ ପ୍ରଭାବ କରିଥାଏ । 

- ୱାକ୍ସିଂ କରିବାପରେ ଅନେକ ସମୟରେ ଉକ୍ତ ସ୍ଥାନ ଲାଲ ପଡିଯାଇଥାଏ । ଏହାକୁ ରୋକିବା ଲାଗି ଆଲୋଭେରା ଜେଲ୍ ଲଗେଇ ପାରିବେ । ଯଦି ଆଲୋଭେରା ଗଛ ଉପଲବ୍ଧ ନାହିଁ, ତେବେ ଡାକ୍ତରଙ୍କ ପରାମର୍ଶ ନେଇ ଆଲକୋହଲ ଫ୍ରି ଆଲୋଭେରା ପ୍ରଡକ୍ଟ ଆଣି ବ୍ୟବହାର କଲେ ମଧ୍ୟ ଯନ୍ତ୍ରଣାରୁ ଉପଶମ ପାଇପାରିବେ ।

-ୱାକ୍ସିଂ ପରେ ଜଳାପୋଡା ହେଲେ ତୁରନ୍ତ ଥଣ୍ଡା ପାଣିରେ ଧୁଅନ୍ତୁ କିମ୍ବା ୨୦ ମିନିଟ ପର୍ଯ୍ୟନ୍ତ ବୁଡାଇ ରଖନ୍ତୁ । ଯଦି ନକମୁଛି ଆଣ୍ଟିବ୍ୟାକ୍ଟେରିଆ ଅଏଣ୍ଟମେଣ୍ଟ ଲଗେଇପାରିବେ । 

-ୱାକ୍ସିଂ କରିବା ପରେ ଅନେକଙ୍କ ଠାରେ କୁଣ୍ଡେଇ ହେବା ଭଳି ସମସ୍ୟା ଦେଖା ଦେଇଥାଏ । ଯଦି ୨୪ ଘଣ୍ଟାରୁ ଅଧିକ ସମୟ ହୁଏ, ତେବେ ଉକ୍ତ ସ୍ଥାନରେ ମଶ୍ଚରାଇଜର କିମ୍ବା ଡାକ୍ତରଙ୍କ ପରାମର୍ଶ କ୍ରମେ ମେଡିସିନ୍ ଲଗାନ୍ତୁ ।

-ଆମ ଶରୀରର ଉପର ଚର୍ମ ବା ଏପିଡର୍ମାଲ ଲେୟାର ବହୁତ ପତଳା ଏବଂ ସମ୍ବେଦନଶୀଳ । ତେଣୁ ୱାକ୍ସିଂ କରିବାବେଳେ ଯଦି ଏହାର କିଛି ଅଂଶ ଉଠିଯାଏ, ଯାହାକି ଖରା ସଂସ୍ପର୍ଶରେ ଆସିଲେ ଖୁବ୍ ପୋଡାଜଳା ହୋଇଥାଏ । ତେଣୁ ୱାକ୍ସିଂ କରିବା କରିବା ପରେ ଖରାରେ ବୁଲନ୍ତୁ ନାହିଁ । 

-ୱାକ୍ସିଂ ପରେ ସେହି ସ୍ଥାନକୁ ଫେସୱାଶ୍ କିମ୍ବା ସାବୁନ ଲଗାଇ ନଖଉଷୁମ ପାଣିରେ ଧୋଇଦିଅନ୍ତୁ । ଯଦି ବ୍ରଣ କିମ୍ବା ଏଜିଙ୍ଗ୍ ବ୍ୟବହାର କରିଥିଲେ ତେବେ ୱାକ୍ସିଂ କରିବାର ୫-୬ ଦିନ ପୂର୍ବରୁ ଏହାକୁ ବ୍ୟବହାର କରିବା ବନ୍ଦ କରନ୍ତୁୁ ।