Saturday, March 21, 2026
32.6 C
Odisha

    ଯୋଗୀଙ୍କୁ ହତ୍ୟା ଧମକ ଦେଇଥିବା ମହିଳା କିଏ? ପୁଲିସ ଗିରଫ କଲା

    ଆଗକୁ ପଢନ୍ତୁ

    ମୁମ୍ବାଇ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା କରିବାକୁ ଧମକ ଦେଇଥିବା ମହିଳାଙ୍କୁ ପୁଲିସ ଗିରଫ କରିଛି। ଧମକ ଦେଇଥିବା ମହିଳାଙ୍କୁ ପୋଲିସ ପଚରା ଉଚରା ଜାରି ରଖିଛି। ବର୍ତ୍ତମାନ ଅନୁସନ୍ଧାନ କରାଯାଉଛି କାହିଁକି ଅଭିଯୁକ୍ତା ମହିଳା ଏଭଳି ଧମକ ଦେଇଛନ୍ତି?
    ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା କରିବାର ଧମକ ଦେଇଥିବା ମାମଲାରେ ମୁମ୍ବାଇ ପୁଲିସ ଜଣେ ୨୪ ବର୍ଷୀୟା ମହିଳାଙ୍କୁ ଗିରଫ କରିଛି। ଅଭିଯୁକ୍ତ ମହିଳାଙ୍କ ନାମ ଫାତିମା ଖାନ। ଫାତିମା ଖାନ ଶିକ୍ଷିତ, କିନ୍ତୁ ପୋଲିସ ସୂତ୍ର ଅନୁଯାୟୀ ସେ ମାନସିକସ୍ତରରେ ଅସ୍ଥିର ଅଟନ୍ତି। ପୋଲିସ ଅଭିଯୁକ୍ତା ମହିଳାଙ୍କୁ ପଚରାଉଚରା କରୁଛି।

    ଶନିବାର ଦିନ ମୁମ୍ବାଇ ପୋଲିସ କଣ୍ଟ୍ରୋଲ ରୁମର ହ୍ବାଟସ୍ ଆପ୍ ନମ୍ବରରେ ଏକ ଅଜ୍ଞାତ ନମ୍ବରରୁ ଏକ ବାର୍ତ୍ତା ଆସିଥିଲା ​​ଯେଉଁଥିରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ ଦିଆଯାଇଥିଲା। ସେହି ବାର୍ତ୍ତାରେ ଲେଖାଥିଲା ଯେ ଯଦି ଯୋଗୀ ୧୦ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ନ ଦିଅନ୍ତି, ତେବେ ତାଙ୍କୁ ଏନସିପି ନେତା ବାବା ସିଦ୍ଦିକିଙ୍କ ଭଳି ଗୁଳି କରି ହତ୍ୟା କରାଯିବ। ପୁଲିସ କହିଛି ଯେ ଅନୁସନ୍ଧାନ ବେଳେ ଫାତିମା ଖାନ ଏହି ବାର୍ତ୍ତା ପଠାଇଥିବା ସ୍ବୀକାର କରିଛନ୍ତି।
    ଏହା ପରେ ଅଭିଯୁକ୍ତ ମହିଳାଙ୍କୁ ସ୍ଥାନୀୟ ପୁଲିସ ଷ୍ଟେସନକୁ ଅଣାଯାଇ ସେଠାରେ ପଚରାଉଚରା କରାଯାଇଥିଲା। ତା’ପରେ ୱର୍ଲି ପୁଲିସକୁ ସୂଚନା ଦିଆଯାଇଥିଲା।
    ଚଳିତ ବର୍ଷ ଏପ୍ରିଲରେ ଜଣେ ବ୍ୟକ୍ତି ଡାଏଲ ୧୧୨ରେ ଏକ ଧମକପୂର୍ଣ୍ଣ ବାର୍ତ୍ତା ପଠାଇଥିଲେ ଯେଉଁଥିରେ ଅଭିଯୁକ୍ତ ଲେଖିଥିଲେ ଯେ ଯୋଗୀଙ୍କୁ ହତ୍ୟା କରାଯିବ। ଏହି ମାମଲାରେ ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଥିଲା। ଅନ୍ୟ ଏକ ମାମଲାରେ, ଜଣେ ଅଭିଯୁକ୍ତ ସୋସିଆଲ ମିଡିଆ ଏକ୍ସରେ ଧମକ ଦେଇଥିଲେ। ତାଙ୍କୁ ମୁମ୍ବାଇରୁ ଧରାଯାଇଥିଲା। ଏଥି ସହ ଫେସବୁକରେ ଧମକ ଦେଇଥିବା ଜଣେ ଅଭିଯୁକ୍ତ ବିହାରରୁ ଧରାପଡିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    32.6 ° C
    32.6 °
    32.6 °
    30 %
    0.6kmh
    7 %
    Sat
    32 °
    Sun
    33 °
    Mon
    34 °
    Tue
    37 °
    Wed
    38 °

    ସମ୍ବନ୍ଧିତ