ବଦଳି ହେବେ ହାଇକୋର୍ଟ ବିଚାରପତି; ୧୭ ଜଣଙ୍କ ନାଁ ସୁପାରିଶ

ବଦଳି ହେବେ ହାଇକୋର୍ଟ ବିଚାରପତି; ୧୭ ଜଣଙ୍କ ନାଁ ସୁପାରିଶ
livemint

ବଦଳି ହେବେ ହାଇକୋର୍ଟ ବିଚାରପତି । ବିଭିନ୍ନ ରାଜ୍ୟରେ ହାଇକୋର୍ଟ ବିଚାରପତିଙ୍କ ହେବ ବଦଳି । ଏନେଇ ୧୭ ଜଣଙ୍କ ନାଁ ସୁପାରିଶ କରିଛନ୍ତି ସୁପ୍ରିମକୋର୍ଟ କଲେଜିୟମ । ଏହାସହିତ ୫ ଜଣ ମୁଖ୍ୟ ବିଚାରପତିଙ୍କ ବଦଳି ପାଇଁ କଲେଜିୟମ ପକ୍ଷରୁ ନାଁ ସୁପାରିଶ କରାଯାଇଛି ।

ସୁପ୍ରିମକୋର୍ଟ ସୁପାରିଶ କରିଥିବା ୧୭ ନାଁ ମଧ୍ୟରୁ ୩ ଜଣ ବିଚାରପତି ଓଡିଶା ଆସିବେ ଓ ଜଣେ ଉତ୍ତରାଖଣ୍ଡ ହାଇକୋର୍ଟକୁ ବଦଳି ହେବେ । ପଞ୍ଜାବ ଏବଂ ହରିୟାଣାରୁ ଜଷ୍ଟିସ ଜଶୱନ୍ତ ସିଂହ ଓଡ଼ିଶା ହାଇକୋର୍ଟକୁ ବଦଳି ହେବେ । ସେହିପରି ଜଷ୍ଟିସ୍ ସୌମେନ ସେନ ଏବଂ ଜଷ୍ଟିସ ଅରିନ୍ଦମ ସିହ୍ନା କୋଲକାତାରୁ ଓଡ଼ିଶା ହାଇକୋର୍ଟକୁ ହେବେ ବଦଳି ।ଅନ୍ୟପକ୍ଷେ ବିଚାରପତି ସଞ୍ଜୟ କୁମାର ମିଶ୍ର ଓଡିଶାରୁ ଉତ୍ତରାଖଣ୍ଡ ହାଇକୋର୍ଟକୁ ବଦଳି ହେବା ନେଇ ସୁପାରିଶ କରିଛନ୍ତି ସୁପ୍ରିମକୋର୍ଟ କଲେଜିୟମ ।

ସେପଟେ ଦେଶରେ ୫ ଜଣ ହାଇକୋର୍ଟ ମୁଖ୍ୟ ବିଚାରପତି ବଦଳେ ହେବେ । ରାଜସ୍ଥାନ ହାଇକୋର୍ଟର ମୁଖ୍ୟବିଚାରପତି ଇନ୍ଦ୍ରଜିତ ମହାନ୍ତିଙ୍କୁ ତ୍ରିପୁରା ହାଇକୋର୍ଟକୁ ବଦଳି କରାଯିବ । ସେହିପରି ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି ବିଶ୍ବନାଥ ସୋମାଦ୍ଦେରଙ୍କୁ ସିକ୍କିମ ହାଇକୋର୍ଟ ଏବଂ ଜଷ୍ଟିସ ଏ.ଏ କୁରେଶୀଙ୍କୁ ତ୍ରିପୁରାରୁ ରାଜସ୍ଥାନ ହାଇକୋର୍ଟକୁ ବଦଳି କରାଯିବ ।

ଆନ୍ଧ୍ରପ୍ରଦେଶ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ ଅରୁପ କୁମାର ଗୋସ୍ବାମୀଙ୍କୁ ଛତିଶଗଡ଼ ହାଇକୋର୍ଟକୁ ବଦଳି କରିବାପାଇଁ କଲେଜିୟମ ସୁପାରିସ କରିଛନ୍ତି । ଅନ୍ୟପକ୍ଷେ ମଧ୍ୟପ୍ରଦେଶ ହାଇକୋର୍ଟ ମୁଖ୍ୟ ବିଚାରପତି ମହମ୍ମଦ ରଫିକ ହିମାଚଳପ୍ରଦେଶ ହାଇକୋର୍ଟକୁ ବଦଳି ହେବେ ।