ସ୍ୱାମୀଙ୍କୁ ଛୁରୀ ମାରି ଲାହୁଲୁହାଣ କଲା ସ୍ତ୍ରୀ

ସ୍ୱାମୀଙ୍କୁ ଛୁରୀ ମାରି ଲାହୁଲୁହାଣ କଲା ସ୍ତ୍ରୀ

ସ୍ୱାମୀଙ୍କୁ ମାଡ଼ମାରି ଲହୁଲୁହାଣ କରିଛି ସ୍ତ୍ରୀ। ସ୍ତ୍ରୀ ଠାରୁ ମାଡ଼ ଖାଇବା ପରେ ସ୍ୱାମୀଙ୍କ ଅବସ୍ଥା ଗୁରୁତର ହୋଇପଡିଛି । ଛୁରୀ ଦ୍ୱାରା ଆକ୍ରମଣ କରାଯାଇଥିବା ନେଇ ଅଭିଯୋଗ ଆସିଛି । ସ୍ତ୍ରୀ ଙ୍କ ସୁଧ କାରବାରକୁ ବିରୋଧ କରିବାରୁ ସ୍ୱାମୀ ଙ୍କୁ ଚାପୁଡ଼ା ସହ ଛୁରା ମାଡ଼ କରିଛି ସ୍ତ୍ରୀ। ଏନେଇ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ ହୋଇଛି। ସ୍ୱାମୀ ଏବେ ଗୁରୁତର ଅଛନ୍ତି, ପୁଅକୁ ମଧ୍ୟ ଛାଡ଼ି ନାହାନ୍ତି ମହିଳା। ପୁଅର ମୋବାଇଲ ରେ ଘଟଣାର ରେକର୍ଡ ସୋସିଆଲ ମିଡିଆରେ ଛାଡିବା ପରେ ପୋଲିସର ତଦନ୍ତ ଆରମ୍ଭ। ଅଭିଯୋଗ ଅନୁଯାୟୀ ମହିଳା ଜଣକ ଲକ୍ଷାଧିକ ଟଙ୍କା ସୁଧ କାରବାର କରନ୍ତି ଓ ବେଳେବେଳେ ମାରପିଟ ଗଣ୍ଡଗୋଳ ମଧ୍ୟ କରିଥାନ୍ତି। ଏହାକୁ ତାଙ୍କ ସ୍ୱାମୀ ଓ ପୁଅ ବିରୋଧ କରିଥିଲେ। ହେଲେ ମହିଳା ଜଣକ ବୁଝିବା ବଦଳରେ ପୁଅକୁ ପିଟିବା ଆରମ୍ଭ କରିଥିଲେ। ପୁଅକୁ ମାଡ଼ ଖାଇବାରୁ ସ୍ୱାମୀ ଅଟକାଇଥିବାରୁ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ ମହିଳା। ଉଭୟ ବାପ ପୁଅ ଏନେଇ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଏହାର ତଦନ୍ତ ମଧ୍ୟ ଆରମ୍ଭ କରି ଦେଇଛି।