Monday, March 23, 2026
32.8 C
Odisha

    ଜାନୁଆରି ୪ରେ କଂଗ୍ରେସରେ ଯୋଗ ଦେବେ ଜଗନ ମୋହନ ରେଡ୍ଡିଙ୍କ ଭଉଣୀ ୱାଇଏସ୍‌ ଶର୍ମିଲା

    ଆଗକୁ ପଢନ୍ତୁ

    ବିଜୟୱାଡ଼ା: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀଙ୍କ ଭଉଣୀ ୱାଇଏସ୍‌ ଶର୍ମିଲା ଜାନୁଆରି ୪ ତାରିଖରେ କଂଗ୍ରେସରେ ଯୋଗ ଦେବାର ସମ୍ଭାବନା ରହିଛି। ୱାଇଏସ୍‌ ଶର୍ମିଲା ଏବେ ୱାଇଏସ୍‌ଆର୍‌ ତେଲେଙ୍ଗାନା ପାର୍ଟିର ପ୍ରତିଷ୍ଠାତା ତଥା ସଭାପତି ଅଛନ୍ତି।ତେଲେଙ୍ଗାନା ବିଧାନସଭା ନିର୍ବାଚନରେ କଂଗ୍ରେସ ବିଜୟୀ ହୋଇଥିବା ବେଳେ ଏହାର କିଛି ଦିନ ପରେ ରାଜ୍ୟରେ ଭାରତ ରାଷ୍ଟ୍ର ସମିତି (ବିଆରଏସ)ର ଗୁରୁତ୍ବ ଶେଷ ହୋଇଛି। ଏହାରି ମଧ୍ୟରେ ୱାଇଏସ୍‌ ଶର୍ମିଲା ଆଜି ସକାଳ ୧୧ଟାରେ ଦଳର ସମସ୍ତ ନେତାଙ୍କ ସହ ଏକ ବୈଠକ ଡାକିଛନ୍ତି। ଯେଉଁଥିରେ ଦଳର ମିଶ୍ରଣ ଏବଂ ଭବିଷ୍ୟତର କାର୍ଯ୍ୟକଳାପ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି।ତେଲେଙ୍ଗାନାରେ ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନ ହେବାର କିଛି ଦିନ ପୂର୍ବରୁ ୱାଇଏସ୍‌ ଶର୍ମିଲା କଂଗ୍ରେସ ଦଳକୁ ନିଜର ସମର୍ଥନ ଜଣାଇଥିଲେ। ଭୋଟର ବିଭାଜନକୁ ରୋକିବା ପାଇଁ ସେ ତେଲେଙ୍ଗାନାରେ ନଭେମ୍ବର ୩୦ରେ ହୋଇଥିବା ମତଦାନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ମନା କରି ଦେଇଥିଲେ। ଯାହା ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ପାଇଁ ଏକରକମର ଆଶ୍ବସ୍ତି ଥିଲା।

    ସେ କହିଥିଲେ ଯେ ‘‘ତେଲେଙ୍ଗାନା ବିଧାନସଭା ନିର୍ବାଚନରେ କଂଗ୍ରେସର ​​ଜିତିବାର ସମ୍ଭାବନା ଥିବାରୁ ମୁଁ ଦଳକୁ ସମର୍ଥନ କରୁଛି।୯ ବର୍ଷ କାର୍ଯ୍ୟକାଳ ମଧ୍ୟରେ ଲୋକମାନଙ୍କୁ ଦେଇଥିବା କୌଣସି ପ୍ରତିଶ୍ରୁତି କେସିଆର୍‌ ପୂରଣ କରିନାହାଁନ୍ତି। ସେଥିପାଇଁ ମୁଁ ଚାହେଁ ନାହିଁ ଯେ କେସିଆର କ୍ଷମତାକୁ ଆସନ୍ତୁ।’’

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    32.8 ° C
    32.8 °
    32.8 °
    18 %
    3.8kmh
    0 %
    Mon
    32 °
    Tue
    36 °
    Wed
    38 °
    Thu
    38 °
    Fri
    39 °

    ସମ୍ବନ୍ଧିତ