ଯୁବରାଜ ସିଂଙ୍କୁ ଗିରଫ କଲା ପୋଲିସ

ଯୁବରାଜ ସିଂଙ୍କୁ  ଗିରଫ କଲା ପୋଲିସ
ଯୁବରାଜ ସିଂଙ୍କୁ  ଗିରଫ କଲା ପୋଲିସ

ଗିରଫହେଲେ କ୍ରିକେଟର ଯୁବରାଜ ସିଂ। ଜାତିଆଣ ମନ୍ତବ୍ୟ ନେଇ ତାଙ୍କୁ ଗିରଫ କରାଯାଇଛି। ହରିୟାଣାର ହିସାର ଜିଲ୍ଲାରେ ୟୁବିଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି । କିଛି ବର୍ଷ ତଳେ ରୋହିତ୍ ଶର୍ମାଙ୍କ ସହ ଲାଇଭ୍ ଚାଟ୍ ବେଳେ ୟୁଜବେନ୍ଦ୍ର ଚହଲଙ୍କୁ କଟାକ୍ଷ କରିବା ସହ ତାଙ୍କ ଜାତିକୁ ନେଇ ଆକ୍ଷେପ କରିଥିଲେ। ମିଳିଥିବା ସୂଚନା ମୁତାବକ ହରିୟାଣାର ହାଂସୀ ପୁଲିସ ଯୁବରାଜଙ୍କୁ ଗିରଫ କରିଛି। ପରେ ପୋଲିସ ତାଙ୍କୁ ପଚରାଉଚରା କରିଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ଯୁବରାଜ ସିଂହଙ୍କୁ ଔପଚାରିକ ଜାମିନରେ ଛାଡ଼ି ଦିଆଯାଇଥିବା ଜଣାପଡିଛି ।