Wednesday, October 23, 2024
21.7 C
Odisha

    ଅନ୍ଧବିଶ୍ୱାସରେ ବଶବର୍ତ୍ତୀ ହୋଇ ପଡେ଼ାଶୀଙ୍କ କୁରାଢି ଚୋଟରେ ବୃଦ୍ଧାଙ୍କ ମୁଣ୍ଡ ଗଣ୍ଡି ଅଲଗା

    ଆଗକୁ ପଢନ୍ତୁ

    ବାଲେଶ୍ବର : ବେତନଟୀ ପୁଲିସ ଉପଖଣ୍ଡ ର ବଡ଼ସାହି ଥାନା ଅଧୀନ କୁଳିଅଣା ଉପକଣ୍ଠ ନିଶ୍ଚିନ୍ତପୁର ଗ୍ରାମରେ ଅନ୍ଧବିଶ୍ୱାସରେ ବଶବର୍ତ୍ତୀ ହୋଇ ରାଗଜ୍ବାଳାରେ ଗୁରୁବାର ପୂର୍ବାହ୍ନ ସାଢେ ଏଗାରଟା ସମୟରେ ଲୋମହର୍ଷଣକାରୀ ହାତ୍ୟାକାଣ୍ଡ ଘଟିଯାଇଥିବା ବେଳେ ପଡୋଶୀଙ୍କ କୁରାଢ଼ୀ ଚୋଟରେ ବୃଦ୍ଧାଙ୍କ ଶରୀରରୁ ମୁଣ୍ଡ ଅଲଗା ହୋଇଯାଇଛି l ମୃତ ବୃଦ୍ଧା ଜଣକ ହେଉଛନ୍ତି ନିଶ୍ଚିନ୍ତପୁର ଗ୍ରାମର ୭୨ବର୍ଷୀୟା ବିଧବା ବୃଦ୍ଧା ଗୋରୀ ବେହେରା ଏବଂ ହତ୍ୟାକାରୀ ଜଣକ ହେଉଛି ଗୋରୀଙ୍କ ପଡୋଶୀ ୩୫ବର୍ଷୀୟ ବାବୁଲି ମହାକୁଡ଼ l
    ଗ୍ରାମବାସୀଙ୍କ ସୂଚନା ମୁତାବକ ହତ୍ୟାକାରୀ ବାବୁଲି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ନିଜ ପଡୋଶୀ ଗୌରୀ ଙ୍କୁ ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ଅତିନୃଶଂସ ଭାବେ କୁରାଢିରେ ହାଣି ମୁଣ୍ଡଗଣ୍ଡି ଅଲଗା କରିଦେଇଛି l ଘଟଣା ଘଟାଇବା ପରେ ବାବୁଲିକୁ ଗ୍ରାମବାସୀ କାବୁ କରି ବଡ଼ସାହି ପୁଲିସକୁ ଖବର ଦେଇଥିଲେ l ବଡ଼ସାହି ଥାନା ଅଧିକାରୀ ଉମାଶଙ୍କର ନାୟକ, ସବ ଇନ୍ସପେକ୍ଟର ସତ୍ୟନାରାୟଣ କାଲୋ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ଗିରଫ କରି ହତ୍ୟାକାଣ୍ଡରେ ବ୍ୟବହୃତ କୁରାଢିକୁ ଜବତ କରିଛନ୍ତି । ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତକୁ ବ୍ୟାପକ କରିଛି ବଡ଼ସାହି ପୁଲିସ l ତେବେ ଗୁରୁବାର ସ୍ପଷ୍ଟ ଦିବାଲୋକରେ ଜଣେ ବିଧବା ବୃଦ୍ଧାଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିବା ଘଟଣାରେ ପୁରା ଗାଁ ସ୍ତବ୍ଧ ହୋଇଯାଇଛି l

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.7 ° C
    21.7 °
    21.7 °
    69 %
    1.8kmh
    100 %
    Wed
    22 °
    Thu
    25 °
    Fri
    26 °
    Sat
    25 °
    Sun
    22 °

    ସମ୍ବନ୍ଧିତ