Wednesday, June 3, 2026
38.7 C
Odisha

    ଉଡ଼ାଣ ପୂର୍ବରୁ ଏୟାର ଇଣ୍ଡିଆ ପାଇଲଟ ଅସୁସ୍ଥ, ସୂଚନା ଜାରି କଲା ଏୟାରଲାଇନ୍ସ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଏୟାର ଇଣ୍ଡିଆ ବିମାନ A1 2414 ଉଡ଼ାଉଥିବା ପାଇଲଟ ଗତକାଲି ବେଙ୍ଗାଲୁରୁରୁ ଦିଲ୍ଲୀ ଅଭିମୁଖେ ବିମାନ ଉଡ଼ାଣ କରିବାକୁ ଯାଉଥିବା ସମୟରେ ହଠାତ୍ ଅସୁସ୍ଥ ହୋଇପଡ଼ିଲେ । ଏହି ସୂଚନା ଏୟାର ଇଣ୍ଡିଆ ଏୟାରଲାଇନ୍ସ ପକ୍ଷରୁ ଦିଆଯାଇଛି ।

    ଏୟାର ଇଣ୍ଡିଆର ଜଣେ ମୁଖପାତ୍ର କହିଛନ୍ତି ଯେ ପାଇଲଟଙ୍କୁ ନିକଟସ୍ଥ ଏକ ହସ୍ପିଟାଲକୁ ନିଆଯାଇ ଭର୍ତ୍ତି କରାଯାଇଛି, ଯେଉଁଠାରେ ତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଅଛି । ପାଇଲଟଙ୍କୁ ଡାକ୍ତରୀ ପର୍ଯ୍ୟବେକ୍ଷଣରେ ରଖାଯାଇଛି । ପାଇଲଟଙ୍କ ଅସୁସ୍ଥତା ଯୋଗୁଁ ଉଡ଼ାଣ ବିଳମ୍ବିତ ହୋଇଥିଲା ଏବଂ ପରେ କକପିଟ କ୍ରୁର ଅନ୍ୟ ଜଣେ ପାଇଲଟ ଉଡ଼ାଣ ପରିଚାଳନା କରିଥିଲେ । ଏୟାରଲାଇନ୍ସ କହିଛି ଯେ ଆମର ତୁରନ୍ତ ପ୍ରାଥମିକତା ହେଉଛି ପାଇଲଟ ଏବଂ ତାଙ୍କ ପରିବାରକୁ ସାହାଯ୍ୟ କରିବା ଯାହା ଦ୍ୱାରା ସେ ଶୀଘ୍ର ସୁସ୍ଥ ହୋଇପାରିବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    38.7 ° C
    38.7 °
    38.7 °
    24 %
    2.2kmh
    82 %
    Wed
    40 °
    Thu
    42 °
    Fri
    41 °
    Sat
    40 °
    Sun
    42 °

    ସମ୍ବନ୍ଧିତ