Wednesday, March 11, 2026
29.1 C
Odisha

    ଅପରେସନ ସିନ୍ଦୂର ପରେ ଛାନିଆ ହେଲା ପାକିସ୍ତାନ!, ବଦଳାଇଲା ସମ୍ବିଧାନ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଅପରେସନ ସିନ୍ଦୂର ପରେ ସମ୍ବିଧାନ ବଦଳାଇଲା ପାକିସ୍ତାନ । ସମ୍ବିଧାନ ଧାରା ୨୪୩ରେ ସଂଶୋଧନ କଲା ପାକ୍ । ଭାରତର ଚିଫ ଅଫ ଡିଫେନ୍ସ ଷ୍ଟାଫ ଜେନେରାଲ ଅନିଲ ଚୌହାନ ଏହି ସୂଚନା ଦେଇଛନ୍ତି । ସିଡିଏସ୍ ଜେନେରାଲ ଚୌହାନ କହିଛନ୍ତି, ଅପରେସନ ସିନ୍ଦୂର ପାକିସ୍ତାନର ପ୍ରବଳ କ୍ଷତି କରିଥିଲା । ଯାହା ଫଳରେ ପାକିସ୍ତାନ ନିଜର ସମ୍ବାଧାନରେ ଏକ ବଡ଼ ପରିବର୍ତ୍ତନ ଆଣିବାକୁ ବାଧ୍ୟ ହୋଇଛି ।

    ପାକିସ୍ତାନ ନିଜର ସମ୍ବିଧାନର ଧାରା ୨୪୩ରେ ସଂଶୋଧନ ଆଣି ଜଏଣ୍ଟ ଚିଫ୍ ଅଫ୍ ଷ୍ଟାଫ କମିଟିର ଅଧ୍ୟକ୍ଷ ପଦବୀକୁ ଉଚ୍ଛେଦ କରିଛି । ଏହା ସ୍ଥାନରେ ପାକିସ୍ତାନ ପ୍ରତିରକ୍ଷା ବାହିନୀର ମୁଖ୍ୟ ବା CDS ପଦବୀ ସୃଷ୍ଟି କରିଛି । ପାକିସ୍ତାନ ଏକ ଜାତୀୟ ରଣନୀତି କମାଣ୍ଡ ଏବଂ ଏକ ସେନା ରକେଟ୍ ଫୋର୍ସ କମାଣ୍ଡ ମଧ୍ୟ ସୃଷ୍ଟି କରିଛି । ଏହା ସେମାନଙ୍କର କ୍ଷମତାକୁ ମଜବୁତ କରିପାରେ ବୋଲି କହିଛନ୍ତି ଜେନେରାଲ ଚୌହାନ । ତେବେ ଅପରେସନ ସିନ୍ଦୂରରେ ପାକିସ୍ତାନର କେତେ କ୍ଷତି ହୋଇଥିଲା ଏହି ସମ୍ବିଧାନ ସଂଶୋଧନ ତାହା ସୂଚାଇ ଦଉଛି ବୋଲି ଦାବି କରିଛନ୍ତି CDS ଅନୀଲ ଚୌହାନ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.1 ° C
    29.1 °
    29.1 °
    20 %
    2.6kmh
    0 %
    Wed
    31 °
    Thu
    38 °
    Fri
    39 °
    Sat
    40 °
    Sun
    37 °

    ସମ୍ବନ୍ଧିତ