Sunday, June 7, 2026
28.6 C
Odisha

    ଗର୍ଭବତୀଙ୍କୁ ମାରିଦେଇ ନଦୀକୁ ଫିଙ୍ଗି ଦେଲେ ଶ୍ବଶୁର ଘର ଲୋକ

    ଆଗକୁ ପଢନ୍ତୁ

    ଭଦ୍ରକ: ଗର୍ଭବତୀଙ୍କୁ ଜୀବନରୁ ମାରିଦେଇ ନଦୀକୁ ଫିଙ୍ଗି ଦେଲେ ଶ୍ବଶୁର ଘର ଲୋକ । ଭଦ୍ରକ ଜିଲ୍ଲା ପୀରହାଟ ଥାନା ସାପକାତିଆ ଗାଁରେ ଜଣେ ଗର୍ଭବତୀ ମହଳାଙ୍କୁ ଯୋଜନାବଦ୍ଧ ଭାବରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମହିଳାଙ୍କୁ ଶ୍ୱଶୁର ଘର ଲୋକେ ମାନସିକ ଓ ଯୌତୁକ ନିର୍ଯାତନା ଦେବା ସହ ମାରିଦେଇ ପ୍ରମାଣ ନଷ୍ଟ କରିବାକୁ ନଦୀକୁ ଫିଙ୍ଗି ଦେଇଥିଲେ । ଦୁଇ ଦିନ ଖୋଜାଖୋଜି କରା ଯାଇଥିଲେ ମଧ୍ୟ କୌଣସି ସନ୍ଧାନ ମିଳିନଥିଲା । ପରେ ନଦୀରୁ ତାଙ୍କର ଗଳିତ ଶବ ଉଦ୍ଧାର ହୋଇଛି ।

    ଯାହାକୁ ନେଇ ମହିଳାଙ୍କ ବାପା ଥାନାରେ ଦ୍ୱାରସ୍ଥ ହେବା ସହିତ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ କଠୋର ଦଣ୍ଡ ବିଧାନ କରିବାକୁ ଦାବି କରିଛନ୍ତି । ସାପକାତିଆ ଗାଁର ରମେଶ ଚନ୍ଦ୍ର ଦାସଙ୍କ ଝିଅ କାମିନୀ ଦାସ ଗତ ଦୁଇ ବର୍ଷ ତଳେ ସେହି ଗାଁର ମାନସ ଦାସଙ୍କୁ ପ୍ରେମ ବିବାହ କରିଥିଲେ । ବିବାହର କେଇଦିନ ପରେ ଅଧିକ ଯୌତୁକ ଦାବିକରି କାମିନୀଙ୍କୁ ନିର୍ଯାତନା ଦେଇ ଆସୁଥିଲେ। କାମିନୀ ୪ ମାସର ଗର୍ଭବତୀ ଥିଲେ । ଗତ ୭ ତାରିଖ ସକାଳେ କାମିନୀ ନଦୀକୁ ଡେଇଁ ପଡି ମୃତ୍ୟୁ ବରଣ କରିଥିବା ତାଙ୍କ ଶାଶୁ ଠାରୁ ଶୁଣିବାକୁ ପାଇଥିଲେ । ସେଥିରେ ବାପ ଘରଲୋକେ ବିଶ୍ୱସ ନକରି ଗ୍ରାମବାସୀଙ୍କ ସହ ନଦୀରେ ଖୋଜାଖୋଜି କରି ବିଫଳ ହୋଇ ଥାନାରେ ଏତଲା ଦେଇଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    28.6 ° C
    28.6 °
    28.6 °
    64 %
    4.1kmh
    100 %
    Sun
    28 °
    Mon
    41 °
    Tue
    42 °
    Wed
    44 °
    Thu
    42 °

    ସମ୍ବନ୍ଧିତ