Friday, December 5, 2025
25.9 C
Odisha

    ଅସଦାଚରଣ ପରେ ଗର୍ଭବତୀଙ୍କୁ ଚଳନ୍ତା ଟ୍ରେନରୁ ଠେଲିଦେଲେ ଦୁର୍ବୃତ୍ତ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ତାମିଲନାଡୁରେ ଦୁଇଜଣ ଯୁବକ ଜଣେ ଚାରି ମାସର ଗର୍ଭବତୀ ମହିଳାଙ୍କୁ ନିର୍ଯାତନା ଦେବା ଏବଂ ପରେ ତାଙ୍କୁ ଚଳନ୍ତା ଟ୍ରେନରୁ ଠେଲି ଦେବା ଅଭିଯୋଗ ହୋଇଛି। ଏହି ଘଟଣା ରାଜ୍ୟରେ ଉତ୍ତେଜନା ସୃଷ୍ଟି କରିବା ସହ ବିରୋଧୀ ଏବଂ ଶାସକ ଡିଏମକେ ମଧ୍ୟରେ ରାଜନୈତିକ ବିବାଦ ସୃଷ୍ଟି ହୋଇଛି। ଏହି ଘଟଣାରେ ପୁଲିସ ଜଣଙ୍କୁ ଅଟକ ରଖିଥିବା ସାମ୍ନାକୁ ଆସିଛି।
    ଜାତୀୟ ଗଣମାଧ୍ୟମ ଅନୁଯାୟୀ, ମହିଳାଜଣକ ଆନ୍ଧ୍ରପ୍ରଦେଶର ଚିତ୍ତୋରକୁ ଟ୍ରେନ ଯୋଗେ ଯାତ୍ରା କରୁଥିଲେ। ଶୁକ୍ରବାର ସକାଳ ସମୟରେ ଟ୍ରେନଟି ତିରୁପତ୍ତୁର ଜିଲ୍ଲାର ଜୋଲାରପେଟ୍ଟାଇ ପାର୍ ହେବା ପରେ ୨ଜଣ ଯୁବକ, ପୀଡ଼ିତାଙ୍କୁ ଟାର୍ଗେଟ କରିଥିଲେ।

    ମହିଳା ଜଣକ ଶୌଚାଳୟକୁ ଯାଉଥିବା ସମୟରେ ଦୁଇ ଅଭିଯୁକ୍ତ ତାଙ୍କୁ ଆକ୍ରମଣ କରିଥିଲେ। ଅସଦାଚରଣର ଶିକାର ହେବା ପରେ ମହିଳା ଜଣକ ସାହାଯ୍ୟ ପାଇଁ ଚିତ୍କାର କରି ଶୌଚାଳୟ ଆଡ଼କୁ ଦୌଡ଼ିଥିଲେ। କିନ୍ତୁ ଅଭିଯୁକ୍ତମାନେ ତାଙ୍କ ପିଛା କରି ଭେଲୋର ଜିଲ୍ଲାରେ, କୋଏମ୍ବାଟୁର-ତିରୁପତି ଇଣ୍ଟରସିଟି ଏକ୍ସପ୍ରେସରୁ ପୀଡ଼ିତାଙ୍କୁ ଠେଲି ଦେଇଥିଲେ।

    ଏଭଳି ହେବା ପରେ ମହିଳାଙ୍କ ହାତ ଏବଂ ଗୋଡ଼ ଭାଙ୍ଗି ଯାଇଛି ଏବଂ ତାଙ୍କ ମୁଣ୍ଡରେ ମଧ୍ୟ ଆଘାତ ଲାଗିଛି। ତାଙ୍କୁ ତୁରନ୍ତ ଭେଲୋରର ଜିଲ୍ଲା ସରକାରୀ ଡାକ୍ତରଖାନାକୁ ନିଆଯାଇଥିବା ବେଳେ ସେଠାରେ ତାଙ୍କର ଚିକିତ୍ସା କରାଯାଉଛି। ମହିଳା ଜଣକ କୋଏମ୍ବାଟୁରରେ ଏକ ପୋଷାକ କମ୍ପାନିରେ କାମ କରୁଥିଲେ ବୋଲି ଜଣାପଡ଼ିଛି।

    ଏନେଇ ଅଭିଯୋଗ ହେବା ପରେ ରେଳ ସୁରକ୍ଷା ବଳ (ଆରପିଏଫ) ମାମଲାର ତଦନ୍ତ ଆରମ୍ଭ କରିଥିଲା ​​ଏବଂ ଅପରାଧୀମାନଙ୍କୁ ଚିହ୍ନଟ କରିବା ପାଇଁ ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲା। ହେମରାଜ ନାମକ ଜଣେ ବ୍ୟକ୍ତିଙ୍କୁ ପୁଲିସ ଏହି ମାମଲାରେ ଅଟକ ରଖି ପଚରାଉଚରା ପାଇଁ ନେଇଥିବା ଜଣାଯାଇଛି। ପୁଲିସ ଅନୁଯାୟୀ, ହେମରାଜ ଜଣେ ଅଭ୍ୟାସଗତ ଅପରାଧୀ ଏବଂ ତାଙ୍କର ଅପରାଧିକ କାର୍ଯ୍ୟକଳାପର ଇତିହାସ ଅଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    25.9 ° C
    25.9 °
    25.9 °
    27 %
    2.2kmh
    61 %
    Fri
    26 °
    Sat
    26 °
    Sun
    26 °
    Mon
    27 °
    Tue
    26 °

    ସମ୍ବନ୍ଧିତ