Thursday, March 5, 2026
19.9 C
Odisha

    ଆଜି ଚେନ୍ନାଇ -ମୁମ୍ବଇ ମୁକାବିଲା

    ଆଗକୁ ପଢନ୍ତୁ

    ଚେନ୍ନଇ : ଆଇପିଏଲ-୧ରେ ଆଜି ଟୁର୍ଣ୍ଣାମେଣ୍ଟର ଦୁଇ ସଫଳତମ ଦଳ ଚେନ୍ନାଇ ସୁପରକିଙ୍ଗ୍‌ସ ଓ ମୁମ୍ବାଇ ଇଣ୍ଡିଆନ୍‌ସ ମଧ୍ୟରେ ମ୍ୟାଚ ଖେଳାଯିବ। ଦୁଇ ଦଳ ସର୍ବାଧିକ ୫ଥର ଲେଖାଏଁ ଟାଇଟଲ ଜିତିଛନ୍ତି। ତାରକା ଖଚିତ ମୁମ୍ବାଇ ଇଣ୍ଡିଆନ୍‌ସ ପ୍ରଥମ ମ୍ୟାଚ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବରେ ଖେଳିବ। ଦଳର ତାରକା ଅଲରାଉଣ୍ଡର ତଥା ଅଧିନାୟକ ହାର୍ଦିକ ପାଣ୍ଡ୍ୟାଙ୍କ ଉପରେ ଗୋଟିଏ ମ୍ୟାଚ ନିଲମ୍ବନ ଆଦେଶ ଥିବାରୁ ସେ ଚେନ୍ନଇ ସୁପରକିଙ୍ଗ୍‌ସ ବିପକ୍ଷରେ ଖେଳିବେ ନାହିଁ। ଅନ୍ୟପକ୍ଷରେ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ମଧ୍ୟ ସମ୍ପୂର୍ଣ୍ଣ ସୁସ୍ଥ ନଥିବାରୁ ଦଳରେ ଏପର୍ଯ୍ୟନ୍ତ ଯୋଗ ଦେଇନାହାନ୍ତି। ହାର୍ଦିକ ଓ ବୁମରାଙ୍କ ବିନା ଦଳ ଚେନ୍ନଇ ବିପକ୍ଷରେ ଖେଳିବାକୁ ଯାଉଛି। ଯାହା ଦଳ ପାଇଁ ବଡ଼ ଆହ୍ବାନ ହୋଇଛି। ଦଳରେ ଦକ୍ଷିଣ ଆଫ୍ରିକାର ୱିକେଟରକ୍ଷକ ବ୍ୟାଟ୍‌ସମ୍ୟାନ ରିୟାନ ରିକେଲଟନ ରୋହିତ ଶମାଙ୍କ ସହ ଓପନିଂ କରିବାର ସମ୍ଭାବନା ରହିଛି। ମଧ୍ୟକ୍ରମରେ ସୂର୍ଯ୍ୟକୁମାର ଯାଦବ, ତିଳକ ବର୍ମା ଦାୟିତ୍ବ ତୁଲାଇବେ। ବୋଲିଂରେ ଦୀପକ ଚହର, ଟ୍ରେଣ୍ଟ ବୋଲ୍ଟ ଓ ରିସ୍‌ ଟପ୍‌ଲେ ଦ୍ରୁତ ବୋଲିଂ ଭାର ସମ୍ଭାଳିବେ। ଦଳରେ ମୁଖ୍ୟ ସ୍ପିନର ଭାବେ କର୍ଣ୍ଣ ଶର୍ମା ରହିଛନ୍ତି। ଋତୁରାଜ ଗାଏକ୍ବାର୍ଡଙ୍କ ନେତୃତ୍ବାଧିନ ଚେନ୍ନଇ ସୁପର କିଙ୍ଗ୍‌ସ ସ୍ପିନ ବୋଲିଂ ବିଭାଗକୁ ଅଧିକ ମଜବୁତ କରିଛି। ଦଳରେ ରବିଚନ୍ଦ୍ରନ ଅଶ୍ବିନ, ରବୀନ୍ଦ୍ର ଜାଡେଜା, ନୂର ଅହମ୍ମଦ, ଶ୍ରେୟସ ଗୋପାଳ, ଦୀପକ ହୁଡା ରହିଛନ୍ତି। ବ୍ୟାଟିଂ ବିଭାଗରେ ଋତୁରାଜଙ୍କ ସମେତ ଡିଭନ କନ୍‌ୱେ, ରାହୁଲ ତ୍ରିପାଠୀ, ରଚିନ ରବୀନ୍ଦ୍ର, ସାମ କୁରାନ ରହିଛନ୍ତି। ଧୋନି ଫିନିସର ଦାୟିତ୍ବ ତୁଲାଇବେ। ସମ୍ଭବତଃ ଧୋନି ​‌ଶେଷ ଆଇପିଏଲ ଖେଳିବାକୁ ଯାଉଥିବାରୁ ଚେନ୍ନଇ ସୁପରକିଙ୍ଗ୍‌ସ ଷଷ୍ଠ ଟ୍ରଫି ଜିତିବାକୁ ଉଦ୍ୟମ କରିବ। ଦ୍ରୁତ ବୋଲର ଭାବେ ଜେମି ଓଭରଟନ, ମୁକେଶ ଚୌଧୁରୀ, ନାଥନ ଏଲିସ ଓ ମାଥିଶା ପାଥିରାଣା ରହିଛନ୍ତି। ପ୍ରତିଟି ବିଭାଗରେ ଦଳ ନିକଟରେ ମ୍ୟାଚ ବିଜେତା ଖେଳାଳି ରହିଛନ୍ତି। ଦୁଇ ଦଳ ମଧ୍ୟରେ ମୋଟ୍‌ ୩୭ଟି ମ୍ୟାଚ ଖେଳାଯାଇଛି। ସେଥିମଧ୍ୟରୁ ମୁମ୍ବାଇ ୨୦ଟି ଓ ଚେନ୍ନାଇ ୧୭ଟି ମ୍ୟାଚରେ ବିଜୟୀ ହୋଇଛି। ଶେଷ ୫ଟି ମ୍ୟାଚରୁ ଚେନ୍ନାଇ ୪ଟି ଓ ମୁମ୍ବାଇ ଗୋଟିଏ ମ୍ୟାଚରେ ବିଜୟୀ ହୋଇଛି। ସିଏସ୍‌କେ ୨୦୧୦, ୨୦୧୧, ୨୦୧୮, ୨୦୨୧ ଓ ୨୦୨୩ରେ, ମୁମ୍ବାଇ ୨୦୧୩, ୨୦୧୫,୨୦୧୭, ୨୦୧୯ ଓ ୨୦୨୦ରେ ୫ଥର ଲେଖାଏଁ ଚମ୍ପିଆନ ହୋଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    19.9 ° C
    19.9 °
    19.9 °
    28 %
    1.6kmh
    0 %
    Thu
    36 °
    Fri
    37 °
    Sat
    38 °
    Sun
    38 °
    Mon
    36 °

    ସମ୍ବନ୍ଧିତ