Tuesday, March 3, 2026
19.4 C
Odisha

    ଆଜି ଦ୍ଵିତୀୟ ଦିନରେ ଶ୍ରୀକ୍ଷେତ୍ର ଓ କୋଣାର୍କ ବୁଲିଲେ ଓଡ଼ିଶାରେ ଷୋଡ଼ଶ ଅର୍ଥ କମିଶନ

    ଆଗକୁ ପଢନ୍ତୁ

    ପୁରୀ : ଷୋଡ଼ଶ ଅର୍ଥ କମିଶନ ଅଧ୍ୟକ୍ଷ ଡ଼ଃ ଅରବିନ୍ଦ ପାନାଗାରିଆଙ୍କ ନେତୃତ୍ୱରେ ଓଡିଶା ଗସ୍ତରେ ଆସିଥିବା ପ୍ରତିନିଧି ଦଳ ଆଜି ଦ୍ଵିତୀୟ ଦିନରେ ଶ୍ରୀକ୍ଷେତ୍ର ପୁରୀରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି। ଏହି ଅବସରରେ ଅର୍ଥ କମିଶନଙ୍କ ପ୍ରତିନିଧି ଦଳ ପୁରୀ ରାଜଭବନରେ ପୁରୀ ସହରର ଉନ୍ନତିକରଣ, ଭିତ୍ତିଭୂମି ବିକାଶ ଏବଂ ନାଗରିକ ସୁବିଧା ବୃଦ୍ଧି ପାଇଁ ଆବଶ୍ୟକ ଆର୍ଥିକ ଆବଣ୍ଟନ ସମ୍ପର୍କରେ ସ୍ଥାନୀୟ ପୌର ପ୍ରଶାସନ ସହିତ ବିସ୍ତୃତ ଆଲୋଚନା କରିଛନ୍ତି। ବୈଠକରେ ପୌର ପ୍ରଶାସନ ଶ୍ରଦ୍ଧାଳୁ ଓ ଜନସଂଖ୍ୟା ବୃଦ୍ଧିକୁ ଲକ୍ଷ୍ୟକରି ସହରର ପରିମଳ, ବର୍ଜ୍ୟବସ୍ତୁ ପରିଚାଳନା, ଆଲୋକୀକରଣ ଓ ଅନ୍ୟାନ୍ୟ ଭିତ୍ତିଭୂମିକୁ ଆହୁରି ଅଧିକ ବ୍ୟବସ୍ଥିତ ଓ ପରିମାର୍ଜିତ କରାଯିବାର ଆବଶ୍ୟକତା ରହିଛି ବୋଲି କମିଶନଙ୍କୁ ଅବଗତ କରିଥିଲେ।ଅର୍ଥ କମିଶନ ପୁରୀର ସମୃଦ୍ଧ ଐତିହ୍ୟକୁ ସଂରକ୍ଷିତ ରଖାଯାଇ ସାମଗ୍ରିକ ସହରାଞ୍ଚଳ ବିକାଶ ସୁନିଶ୍ଚିତ କରିବା ପାଇଁ ସମୁଚିତ ସମ୍ବଳ ବଣ୍ଟନ ଉପରେ ଗୁରୁତ୍ୱାରୋପ କରିଥିଲେ।ଅର୍ଥ କମିଶନର ସଦସ୍ୟମାନେ ଅପରାହ୍ନରେ ବ୍ଲୁ ଫ୍ଲାଗ୍ ବେଳାଭୂମି ପରିଦର୍ଶନ କରିଥିଲେ​​। ସନ୍ଧ୍ୟାରେ ୟୁନେସ୍କୋ ଦ୍ୱାରା ବିଶ୍ୱ ଐତିହ୍ୟ ସ୍ଥଳ ଘୋଷିତ କୋଣାର୍କର ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରି ଏହାର ଇତିହାସ ସମ୍ବନ୍ଧରେ ଶୁଣି ଓ କାରୁକାର୍ଯ୍ୟ ଦେଖିଥିଲେ। ଗସ୍ତ ସମୟରେ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର, ପୌର ପ୍ରଶାସକ ତଥା ନଗର ଉନ୍ନୟନ ବିଭାଗର ଅତିରିକ୍ତ ଶାସନ ସଚିବ ଅରିନ୍ଦମ ଡାକୁଆ, ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ପୁରୀ ଆରକ୍ଷୀ ଅଧିକ୍ଷକ ବିନିତ ଅଗ୍ରୱାଲ, କମିଶନର ସଦସ୍ୟ ଆନି ଜର୍ଜ ମାଥ୍ୟୁ, ଅଜୟ ନାରାୟଣ ଝା ଓ ଡ଼ଃ ମନୋଜ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    19.4 ° C
    19.4 °
    19.4 °
    33 %
    1.5kmh
    7 %
    Tue
    35 °
    Wed
    36 °
    Thu
    38 °
    Fri
    38 °
    Sat
    38 °

    ସମ୍ବନ୍ଧିତ