Friday, October 2, 2026
28.6 C
Odisha

    ତିରୁପତି ମନ୍ଦିରର ଅଣହିନ୍ଦୁ କାର୍ଯ୍ୟରେ ଲିପ୍ତ ୧୮ କର୍ମଚାରୀଙ୍କୁ ବିଦା କଲା ପ୍ରଶାସନ

    ଆଗକୁ ପଢନ୍ତୁ

    ତାମିଲନାଡୁ : ଅଣହିନ୍ଦୁ କାର୍ଯ୍ୟକଳାପରେ ଲିପ୍ତଥିବା ତିରୁପତି ମନ୍ଦିରର ୧୮ କର୍ମଚାରୀଙ୍କୁ ବହିସ୍କାର କରାଯାଇଛି। ଆଜି ଏ ନେଇ ତିରୁମାଳା ତିରୁପତି ଦେବସ୍ଥାନମ(ଟିଟିଡି) ପ୍ରଶାସନ ପକ୍ଷରୁ ସମ୍ପୃକ୍ତ କର୍ମଚାରୀମାନଙ୍କୁ ନୋଟିସ ଜାରି କରାଯାଇଛି। କର୍ମଚାରୀମାନଙ୍କୁ ବିକଳ୍ପ ସ୍ବରୂପ ସରକାରୀ କାର୍ଯ୍ୟାଳୟକୁ ବଦଳି ହୋଇଯିବା, ନଚେତ ସ୍ଵେଚ୍ଛାକୃତ ଭାବେ ଅବସର ନେବାକୁ ଟିଟିଡି ଅଧ୍ୟକ୍ଷ ବି.ଆର. ନାଇଡୁ ନିର୍ଦେଶ ଦେଇଛନ୍ତି।ଏହି କର୍ମଚାରୀମାନେ ମନ୍ଦିର ଭିତରେ ହିନ୍ଦୁ ରୀତିନୀତି ଏବଂ ଉତ୍ସବରେ ଯୋଗଦାନ କରୁଥିବାବେଳେ ବାହାରେ ଅଣହିନ୍ଦୁ କାର୍ଯ୍ୟରେ ସାମିଲ ହେଉଥିଲେ। ପ୍ରଶାସନ ନଜରକୁ ଏହା ଆସିବା ପରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତିରୁପତି ମନ୍ଦିରର ଧାର୍ମିକ ବାତାବରଣ ଏବଂ ପବିତ୍ରତାର ସଂରକ୍ଷଣ ଲାଗି ପ୍ରତିଶ୍ରୁତିବଦ୍ଧତାର ପାଳନ ଉଦ୍ଦେଶ୍ୟରେ ଏହି ନିଷ୍ପତ୍ତି ନିଆଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    28.6 ° C
    28.6 °
    28.6 °
    75 %
    1.8kmh
    59 %
    Fri
    27 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ