Tuesday, March 3, 2026
33.9 C
Odisha

    ଆଜି ଶ୍ରୀରାମ ମନ୍ଦିର ଧ୍ବଜା ସ୍ଥାପନ, ଅଯୋଧ୍ୟାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି

    ଆଗକୁ ପଢନ୍ତୁ

    ଅଯୋଧ୍ୟା    :   ଆଜି ମାର୍ଗଶୀର ମାସ ଶୁକ୍ଳପକ୍ଷ ପଞ୍ଚମୀ। ଏହି ଦିନ ମାତା ସୀତା ଏବଂ ମହାପ୍ରଭୁ ରାମଚନ୍ଦ୍ରଙ୍କ ବିବାହ ହୋଇଥିଲା। ଏହି ପୂଣ୍ୟତିଥି ଅବସରରେ ଅଯୋଧ୍ୟା ଶ୍ରୀରାମ ମନ୍ଦିରର ହେଉଛି ଧ୍ବଜାରୋହଣ ସମାରୋହ। ଏନେଇ ଉତ୍ସବମୁଖର ହୋଇପଡିଛି ଅଯୋଧ୍ୟା। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟାରେ ପହଞ୍ଚି ସାରିଥିବା ବେଳେ ଆଉ କିଛି ସମୟ ମଧ୍ୟରେ ଧର୍ମଧ୍ବଜା ସ୍ଥାପନା କରିବେ।

    ଧର୍ମଧ୍ବଜା ତୀର୍ଥକ୍ଷେତ୍ର ଶିଖରରେ ଲାଗିବ। ମନ୍ଦିର ଚୂଡ଼ାରେ ଉଡ଼ିବ ଗେରୁଆ ପତାକା। ପତାକାରେ ରହିଛି ଉଜ୍ଜ୍ୱଳ ‘ସୂର୍ଯ୍ୟ’ ଓ ଲେଖାଯାଇଛି ‘ଓମ’। ଧର୍ମଧ୍ବଜାର ଉଚ୍ଚତା ୧୦ ଫୁଟ ରହିଥିବା ବେଳେ ଲମ୍ବ ୨୦ ଫୁଟ ରହିଛି। ଦକ୍ଷିଣ କୋଣ ତ୍ରିକୋଣୀୟରେ ସ୍ବତନ୍ତ୍ର ପତାକା ତିଆରି ହୋଇଛି। ଧର୍ମଧ୍ବଜାରେ ରହିଛି କୋବିଦାରା ଗଛର ପ୍ରତିଛବି। ଏହା ମର୍ଯ୍ୟାଦା, ଏକତା ଏବଂ ସଂସ୍କୃତିର ବାର୍ତ୍ତାବହ ବହନ କରୁଛି। ଏହି ଅବସରରେ ସୁନା ଖଚିତ ସ୍ବତନ୍ତ୍ର ବସ୍ତ୍ରରେ ଝଲସୁଛନ୍ତି ମହାପ୍ରଭୁ ରାମ ଲଲ୍ଲା। ହଳଦିଆ ବସ୍ତ୍ର ଉପରେ ପଶ୍ମିନା ଶାଲ ପିନ୍ଧିଛନ୍ତି ପ୍ରଭୁ ରାମଚନ୍ଦ୍ର। ଅଯୋଧ୍ୟାରେ ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରି ଦିଆଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    33.9 ° C
    33.9 °
    33.9 °
    11 %
    3.6kmh
    6 %
    Tue
    35 °
    Wed
    37 °
    Thu
    38 °
    Fri
    38 °
    Sat
    38 °

    ସମ୍ବନ୍ଧିତ