Friday, July 10, 2026
31.5 C
Odisha

    ଚନ୍ଦ୍ରଗ୍ରହଣ ପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ, ରାତିରେ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କରିବେ ଭକ୍ତ

    ଆଗକୁ ପଢନ୍ତୁ

    ପୁରୀ : ଚନ୍ଦ୍ରଗ୍ରହଣ ପାଇଁ ପୁରୀ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି । ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ଦୋଳପୂର୍ଣ୍ଣିମା ଅବସରରେ ଶ୍ରୀ ଜୀଉଙ୍କ ସୁନା ବେଶ ଅନୁଷ୍ଠିତ ସହ ଦୋଳ ବେଦୀ ଠାରେ ସ୍ୱତନ୍ତ୍ର ଦୋଳ ନୀତି ହେବ । ଚଳିତ ବର୍ଷ ଦିନ ବଦଳରେ ରାତିରେ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କରିବେ ଭକ୍ତ ଶ୍ରଦ୍ଧାଳୁ । ମହଣ ମହଣ ସୁନା ଅଳଙ୍କାରରେ ମହାପ୍ରଭୁ ବିଭୂଷିତ ହୋଇ ରାତି ତମାମ ଭକ୍ତଙ୍କୁ ଦର୍ଶନ ଦେବେ ।  ରାତି ୧ଟାରୁ ଦ୍ବାର ଫିଟାଯାଇ ୧ଟା ୩୦ ଭିତରେ ଶୋଧ, ୧ଟା ୪୫ରେ ମଙ୍ଗଳ ଆଳତୀ, ମଇଲମ ଓ ସୂର୍ଯ୍ୟ ପୂଜା କରାଯାଇଥିଲା । ସନ୍ଧ୍ୟା ୬ଟା ୩୦ ରେ ଗ୍ରହଣ ଭୋଗ ହୋଇ ୭ଟାରେ ମଇଲମ କରାଯିବ । ରାତି ୮ଟାରୁ ୯ଟା ୩୦ ମଧ୍ୟରେ ସୁନାବେଶ ଅନୁଷ୍ଠିତ ହେବ ।  ପରେ ରାତ୍ର ୧୦ରୁ ୧୧ଟା ୩୦ ମଧ୍ୟରେ ଗୋପାଳ ବଲ୍ଳଭ ଓ ସକାଳ ଧୂପ ହୋଇ ରାତ୍ର ୧୧ଟାରୁ ୧ଟା ମଧ୍ୟରେ ଭୋଗ ମଣ୍ଡପ ଉଠିବ  ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    31.5 ° C
    31.5 °
    31.5 °
    63 %
    3.6kmh
    100 %
    Fri
    31 °
    Sat
    26 °
    Sun
    28 °
    Mon
    28 °
    Tue
    25 °

    ସମ୍ବନ୍ଧିତ