Wednesday, October 23, 2024
21.7 C
Odisha

    ଆସନ୍ତୁ ଜାଣିବା ଦୁଗ୍ଧକୁ କାହିଁକି ଫୁଟାଇ ପିଆଯାଏ

    ଆଗକୁ ପଢନ୍ତୁ

    ଦୁଗ୍ଧରେ ପୋଷଣ ତତ୍ତ୍ୱ ଭରପୁର ଥାଏ, ଏଥିରେ କ୍ୟାଲସିୟମ, ଫସଫରସ, ପ୍ରୋଟିନ ଓ ଅନେକ ଗୁଡିଏ ମିନେରାଲସ ମଧ୍ୟ ରହିଛି l ଦୁଗ୍ଧ ସେବନ କରିବା ଦ୍ୱାରା ହାଡ଼ ମଜବୁତ ହୋଇଥାଏ, ତେଣୁ ଏହାକୁ ନିୟମିତ ନିଜ ଭୋଜନରେ ସାମିଲ କରିବା ଉଚିତ l କିନ୍ତୁ ଦୁଗ୍ଧକୁ କେବେବି କଞ୍ଚା ସେବନ କରିବା ଉଚିତ ନୁହେଁ, ଏହାକୁ ଫୁଟାଇ ସେବନ କରିବା ଆବଶ୍ୟକ l

    କାହିଁକି ଦୁଗ୍ଧ ଫୁଟାଇବା ଜରୁରୀ –
    ଦୁଗ୍ଧ ଗରମ ହୋଇ ଯିବା ପରେ ଏହାର ପୋଷଣ ବଦଳି ଯାଇଥାଏ l ଗରମ ହୋଇଯିବ ପରେ ଦୁଗ୍ଧ ରେ ଥିବା ମିନେରାଲସ ଓ ଭିଟାମିନ ବ୍ରେକ ଡାଉନ ହୋଇ ଯାଇଥାଏ , ଏପରି ହେବା ଦ୍ୱାରା ଦୁଗ୍ଧ ହଜମ ହେବାରେ ସାହାାଯ୍ୟ କରିଥାଏ  ଏବଂ ଦୁଗ୍ଧ ରେ ଥିବା ବ୍ୟାକ୍ଟେରିଆ ମଧ୍ୟ ନଷ୍ଟ ହୋଇ ଯାଇଥାଏ l ତେଣୁ ଦୁଗ୍ଧକୁ ଫୁଟାଇ ସେବନ କରିବା ଆବଶ୍ୟକ l ନଚେତ ଦୁଗ୍ଧ ଛୋଟ ପିଲାଙ୍କ ଷ୍ଟମାକକୁ ସଂକ୍ରମିତ କରିଥାଏ l

    ନେସନାଲ ସେଣ୍ଟର ଫ୍ର ବାୟୋଟେକ୍ନୋଲୋଜି ଇନଫର୍ମେଶନ ର ଗୋଟିଏ ଅଧ୍ୟୟନ ଅନୁସାରେ କୁହାଯାଇଛି ଗାଈ ଦୁଗ୍ଧକୁ ସର୍ବଦା ୯୫ ଡିଗ୍ରୀ ସେଣ୍ଟୀଗ୍ରେଡ଼ ର ଟେମ୍ପରେଚର ଫୁଟାଇ ପିଇବା ଆବଶ୍ୟକ l ଏହାଦ୍ୱାରା ସେଥିରେ ଥିବା ବ୍ୟାକ୍ଟେରିଆ ସମ୍ପୂର୍ଣ ଭାବରେ ନଷ୍ଟ ହୋଇଥାଏ l ଏହାଦ୍ୱାରା ଫୁଡ ବର୍ନ ଡିଜିଜ ଠାରୁ ମଧ୍ୟ ଆମେ ରକ୍ଷା ପାଇପାରିବା l

    ଦୁଗ୍ଧ ରେ ଲାକଟୋଜ ନାମକ କାର୍ବସ୍ ମିଳିଥାଏ, ଯେତେବେଳେ କ୍ଷୀର ଗରମ ହୋଇଥାଏ ସେତେବେଳେ ଏହି ଲାକଟୋଜ ଲେକଟୁଲୋଜ ନାମକ ଗୋଟିଏ ଶୁଗରରେ ପରିବର୍ତ୍ତନ ହୋଇଥାଏ ଏବଂ ଏହି ଦୁଗ୍ଧ ହଜମ ହେବାରେ ସହଜ ହୋଇଥାଏ l ତେଣୁ ଦୁଗ୍ଧକୁ ଗରମ କରି ପିଇବା ଉଚିତl

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.7 ° C
    21.7 °
    21.7 °
    69 %
    1.8kmh
    100 %
    Wed
    22 °
    Thu
    25 °
    Fri
    26 °
    Sat
    25 °
    Sun
    22 °

    ସମ୍ବନ୍ଧିତ