Friday, June 19, 2026
37 C
Odisha

    ବାପାଙ୍କୁ ଛୁରୀରେ ଭୁସି ହତ୍ୟା କଲା ପୁଅ

    ଆଗକୁ ପଢନ୍ତୁ

    ରାଜଧାନୀରେ ବୀଭତ୍ସ ହତ୍ୟା । ବାପାଙ୍କୁ ଛୁରୀରେ ଭୁସି ବୀଭତ୍ସ ଭାବେ ହତ୍ୟା କଲା ପୁଅ । ମଞ୍ଚେଶ୍ବର ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି । ତେବେ ଜମି ଜମା ବିବାଦରୁ ଏଭଳି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତନାଘନା କରୁଥିବାବେଳେ, ମୃତଦେହକୁ କ୍ୟାପିଟାଲ ହସ୍ପିଟାଲରେ ରଖାଯାଇଛି । ଗୁରୁତ୍ବପୂର୍ଣ୍ଣ କଥା ହେଲା, ହତ୍ୟାକାରୀ ପୁଅ ଜଣକ ଗୋଟିଏ ଲ’ କଲେଜର ପ୍ରଫେସର ଅଟନ୍ତି । ଏପରିକି ସେ ଜଣେ ଓକିଲ ବୋଲି ମଧ୍ୟ ସୂଚନା ମିଳୁଛି । ହେଲେ ଆଇନର ରକ୍ଷାକାରୀ ହେଇ, ସେ ନିଜେ ଆଇନକୁ ହାତକୁ ନେଇଛନ୍ତି । ମିଳିଥିବା ସୂଚନା ମୁତାବକ, ଭୋର ସମୟରେ ଏହି ଅଘଟଣ ଘଟିଛି । ଆଉ ସାମାନ୍ୟ ବଚସାରୁ ବାପାଙ୍କୁ ଛୁରୀ ଭୁସି ହତ୍ୟା କରିଛି ପୁଅ । ତେବେ ଛୁରୀ ଭୁସିବା ପରେ ହସ୍ପିଟାଲ ନେବା ବାଟରେ ବାପାଙ୍କ ମୃତ୍ୟୁ ହେଇଥିବା ନେଇ କୁହାଯାଉଛି ।

    ×

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    37 ° C
    37 °
    37 °
    34 %
    2.8kmh
    57 %
    Fri
    35 °
    Sat
    38 °
    Sun
    38 °
    Mon
    38 °
    Tue
    37 °

    ସମ୍ବନ୍ଧିତ