Thursday, March 5, 2026
19.5 C
Odisha

    ଏକାଧିକ ବିମାନ ବାତିଲ୍‌ ହେବା ପରେ ୪ Flight Operations Inspectorsଙ୍କୁ ନିଲମ୍ବିତ କଲା DGCA

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ  : ଏକାଧିକ ବିମାନ ବାତିଲ୍ ହେବା ପରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଲା ବେସାମରିକ ବିମାନ  ଚଳାଚଳ ମହାନିର୍ଦ୍ଦେଶାଳୟ (DGCA)। ଇଣ୍ଡିଗୋ ଏୟାରଲାଇନ୍ସର କାର୍ଯ୍ୟକ୍ଷମ ସମସ୍ୟାର ପ୍ରାରମ୍ଭିକ ତଦନ୍ତ ପରେ DGCA ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଦୋଷୀ ସାବ୍ୟସ୍ତ ହେବା ପରେ, DGCA ଇଣ୍ଡିଗୋର ତତ୍ତ୍ୱାବଧାନ କରୁଥିବା ୪ଜଣ ଉଡ଼ାଣ ପରିଚାଳନା ନିରୀକ୍ଷକଙ୍କୁ ନିଲମ୍ବିତ କରିଛି। ଏହି ସମସ୍ତ ନିରୀକ୍ଷକ ଇଣ୍ଡିଗୋ ବିମାନର ସୁରକ୍ଷା ଏବଂ ପରିଚାଳନା ଯାଞ୍ଚ ପାଇଁ ଦାୟୀ ଥିଲେ। ଯାଞ୍ଚ ଏବଂ ତଦାରଖରେ ଅବହେଳା DGCAକୁ ଏହି କଠୋର ପଦକ୍ଷେପ ନେବାକୁ ବାଧ୍ୟ କରିଛି। ଯେଉଁ ଅଧିକାରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ସେମାନେ ସମସ୍ତେ DGCA ଦ୍ୱାରା ଚୁକ୍ତିଭିତ୍ତିକ ଭାବରେ ନିଯୁକ୍ତି ପାଇଥିଲେ ଏବଂ ବିମାନ କମ୍ପାନୀଗୁଡ଼ିକ, ବିଶେଷକରି ଇଣ୍ଡିଗୋର ସୁରକ୍ଷା ଏବଂ ପରିଚାଳନା ତଦାରଖ କାର୍ଯ୍ୟ କରୁଥିଲେ।

    ଦିଲ୍ଲୀ ହାଇକୋର୍ଟ ପୂର୍ବରୁ କେନ୍ଦ୍ର ସରକାର ଏବଂ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (DGCA)କୁ ବିମାନ ଚଳାଚଳରେ ବାଧା ଏବଂ ବିମାନବନ୍ଦରରେ ଯାତ୍ରୀମାନେna ସମ୍ମୁଖୀନ ହେଉଥିବା ଅସୁବିଧା ସମ୍ପର୍କରେ କଡ଼ା ପ୍ରଶ୍ନ ପଚାରିଥିଲେ। କୋର୍ଟ ପଚାରିଥିଲେ ଯେ, ହଠାତ୍ ଏହି ପରିସ୍ଥିତି କାହିଁକି ସୃଷ୍ଟି ହେଲା ଏବଂ ଯାତ୍ରୀମାନଙ୍କୁ ସହାୟତା କରିବା ପାଇଁ କ’ଣ ପଦକ୍ଷେପ ନିଆଯାଇଛି? କୋର୍ଟ ଏହା ମଧ୍ୟ ଜାଣିବାକୁ ଚାହିଁଥିଲେ ଯେ, ସରକାର ବିମାନବନ୍ଦରରେ ଫସି ରହିଥିବା ଯାତ୍ରୀମାନଙ୍କ କଷ୍ଟକୁ ଦୂର କରିବା ପାଇଁ କ’ଣ ବ୍ୟବସ୍ଥା କରିଛନ୍ତି। ଯାତ୍ରୀମାନଙ୍କୁ କ୍ଷତିପୂରଣ ଦେବା ପାଇଁ କ’ଣ ପଦକ୍ଷେପ ନିଆଯାଇଛି?

    ହାଇକୋର୍ଟ ଏହା ମଧ୍ୟ କହିଥିଲେ ଯେ, ଏହି ପ୍ରସଙ୍ଗ କେବଳ ଯାତ୍ରୀଙ୍କ ଅସୁବିଧା ପର୍ଯ୍ୟନ୍ତ ସୀମିତ ନୁହେଁ, ବରଂ ଆର୍ଥିକ କ୍ଷତି ଏବଂ ସିଷ୍ଟମ ବିଫଳତା ସହ ମଧ୍ୟ ଜଡିତ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    19.5 ° C
    19.5 °
    19.5 °
    28 %
    1.7kmh
    0 %
    Thu
    36 °
    Fri
    37 °
    Sat
    38 °
    Sun
    38 °
    Mon
    38 °

    ସମ୍ବନ୍ଧିତ