Saturday, July 5, 2025
24.2 C
Odisha

    ଏଥର ବରଗଡ଼ ଧନୁଯାତ୍ରାରେ ନୂଆ କଂସ

    ଆଗକୁ ପଢନ୍ତୁ

    ବରଗଡ଼ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ଦେଖିବ ନୂଆ କଂସ । ବଦଳିବେ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର କଂସ । ଏହି କଂସ ଭୂମିକା ପାଇଁ ହେବ ଚୟନ। କଂସ ଭୂମିକାରେ ଅଭିନୟ କରୁଥିବା ହୃଷିକେଶ ଭୋଇ ଲାଞ୍ଚ ନେଇ ଧରା ପଡ଼ିବା ପରେ ହୋଇଥିଲେ ନିଳମ୍ବିତ। ଆସନ୍ତା ଜାନଆରୀ ୩ରୁ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । ସୂଚନା ଅନୁଯାୟୀ, ମହାପ୍ରୟାଣ ଗାଡିର ଡ୍ରାଇଭର ହୃଷିକେଶ ଭୋଇ ଜଣେ ମୃତ ପରିବାର ଠାରୁ ୩ ହଜାର ଟଙ୍କା ନେଇଥିଲେ ଲାଞ୍ଚ । ଚାକିରିରୁ ବହିସ୍କୃତ ହେବାପରେ ତାଙ୍କୁ କଂସ ଭୂମିକାରେ ଅଭିନୟ କରିବାକୁ ବାରଣ କରାଯାଇଛି। ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଧନୁଯାତ୍ରା କମିଟି ବୈଠକରେ ହେଲା ନିଷ୍ପତ୍ତି । ଗତ ୨ ବର୍ଷ ହେଲା ହୃଷିକେଶ ଭୋଇ କଂସ ଭୂମିକାରେ ଅଭିନୟ କରୁଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.2 ° C
    24.2 °
    24.2 °
    92 %
    3.3kmh
    100 %
    Sat
    24 °
    Sun
    25 °
    Mon
    28 °
    Tue
    25 °
    Wed
    25 °

    ସମ୍ବନ୍ଧିତ