Thursday, March 12, 2026
36.2 C
Odisha

    ଏହି କାରଣରୁ ହୋଇପାରେ ଡାଇବେଟିସ୍‌: ହୋଇଯାନ୍ତୁ ସାବଧାନ

    ଆଗକୁ ପଢନ୍ତୁ

    ପୃଥୁଳତା ଏବଂ ଡାଇବେଟିସ୍‌ ମଧ୍ୟରେ ଯେ ପ୍ରତ୍ୟକ୍ଷ ସମ୍ବନ୍ଧ ରହିଛି। ଅବଶ୍ୟ ଅଧିକାଂଶ ଡାଇବେଟିସ୍‌ ରୋଗୀଙ୍କ କ୍ଷେତ୍ରରେ ଏଥିରେ ବଂଶଗତ ପ୍ରଭାବ ପରିଲକ୍ଷିତ ହୋଇଥାଏ। ପୃଥୁଳତା ବା  ଡାଇବେଟିସ୍‌  ବଢ଼ିଗଲେ ତାହା ରକ୍ତରେ ସୁଗାର ପରିମାଣ ବଢ଼ାଇ ଦିଏ। ରକ୍ତରେ ଚର୍ବି ଜମିଲେ ମଧ୍ୟ ତାହା ଡାଇବେଟିସ୍‌ ରୋଗୀଙ୍କ ପାଇଁ କ୍ଷତିକାରକ। ଏପରି ସ୍ଥିତିକୁ ଡାକ୍ତରୀ ଭାଷାରେ ‘ଇନ୍‌ସୁଲିନ୍‌ ରେଜିଷ୍ଟାନ୍ସ’ ବୋଲି କୁହନ୍ତି। ଏହାବ୍ୟତୀତ ପୃଥୁଳତା ଲାଗି ରହିଲେ ଇନ୍‌ସୁଲିନ୍‌ ତିଆରି କରୁଥିବା ‘ବିଟା ସେଲ୍‌’ ନାମକ ଜୀବକୋଷମାନ କ୍ଳାନ୍ତ ହୋଇପଡ଼ନ୍ତି। ପୃଥୁଳକାୟ ବ୍ୟକ୍ତିଙ୍କ ରକ୍ତରେ ଅଧିକ ମାତ୍ରାରେ ଇନ୍‌ସୁଲିନ୍‌ ଥାଇ ମଧ୍ୟ ତାହା ଆଶାନୁରୂପ କାର୍ଯ୍ୟ କରିପାରେନି। ତେଣୁ ପୃଥୁଳତା ଡାଇବେଟିସ୍‌ ରୋଗୀଙ୍କ ଚିକିତ୍ସାରେ ଅନ୍ୟତମ ପ୍ରଧାନ ବାଧକ ସାଜିଥାଏ। ମାତ୍ର ଖାଦ୍ୟ ନିୟନ୍ତ୍ରଣ ଓ ନିୟମିତ ବ୍ୟାୟାମ କରନ୍ତୁ। ଏହାଦ୍ୱାରା ପୃଥଳତାକୁ କେତେକାଂଶରେ ହ୍ରାସ କରାଯାଇ ପାରିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    36.2 ° C
    36.2 °
    36.2 °
    8 %
    3.9kmh
    0 %
    Thu
    37 °
    Fri
    39 °
    Sat
    40 °
    Sun
    40 °
    Mon
    38 °

    ସମ୍ବନ୍ଧିତ