Sunday, June 7, 2026
39.4 C
Odisha

    ରାଜ୍ୟରେ ଆଜିଠାରୁ ବଢିବ ତାତି, ଆହୁରି ୩ ଡିଗ୍ରୀ ବଢିବ ଦିନ ତାପମାତ୍ରା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ରାଜ୍ୟରେ ଆଜିଠାରୁ ବଢିବ ତାତି ।  ଆହୁରି ୩ ଡିଗ୍ରୀ ବଢିବ ଦିନ ତାପମାତ୍ରା । ୩୯ ଡିଗ୍ରୀ ତାପମାତ୍ରା ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର ପାଲଟିଛି । ୧୩ଟି ସହରରେ ଦିନ ତାପମାତ୍ରା ୩୭ ଡିଗ୍ରୀ ଉପରେ ରହିଛି ।  ଉପକୂଳ ଓଡ଼ିଶାରେ ତାପମାତ୍ରା ବିଶେଷ ବୃଦ୍ଧି ପାଇନାହିଁ ।  ସେପଟେ ଦକ୍ଷିଣ ଝାଡ଼ଖଣ୍ଡ, ଉତ୍ତର ଛତିଶଗଡ଼ ଓ ଆଭ୍ୟନ୍ତରୀଣ ଓଡ଼ିଶା ଉପରେ ଏକ ନିମ୍ନ ଚାପରେଖା ସକ୍ରିୟ ରହିଛି । ଏହା ପ୍ରଭାବରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର ଓ ଭଦ୍ରକ ଜିଲ୍ଲାର କିଛି ଅଞ୍ଚଳରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବା ସମ୍ଭାବନା ରହିଛି ।  ଆଜି ବର୍ଷା ପାଇଁ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ଦିଆଯାଇଥିବା ବେଳେ କିଛି ସ୍ଥାନରେ ଦିନ ତାପମାତ୍ରା ୩ ଡିଗ୍ରୀ ଯାଏଁ ବୃଦ୍ଧି ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ରହିଛି ।  ଆସନ୍ତା ୧୬ ତାରିଖ ସକାଳ ୮.୩୦ ଯାଏ ରାଜ୍ୟର ଉତ୍ତର ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    39.4 ° C
    39.4 °
    39.4 °
    26 %
    4.1kmh
    30 %
    Sun
    41 °
    Mon
    43 °
    Tue
    42 °
    Wed
    42 °
    Thu
    43 °

    ସମ୍ବନ୍ଧିତ