Tuesday, April 21, 2026
28.3 C
Odisha

    ଓଜନ କମାଇବା ପାଇଁ ପିଅନ୍ତୁ ଏତିକି ମାତ୍ରାରେ ପାଣି

    ଆଗକୁ ପଢନ୍ତୁ

    ମେଦ ବହୁଳତା ବର୍ତ୍ତମାନ ସମୟରେ ଭାରତର ବଡ଼ ସମସ୍ୟା ପାଲଟିଛି । ଲୋକମାନେ ପତଳା ହେବା ପାଇଁ ଡାଏଟିଂଠାରୁ ଆରମ୍ଭ କରି ଜିମ୍ ମଧ୍ୟ ଜଏନ କରୁଛନ୍ତି ହେଲେ ଖାସ୍ ପ୍ରଭାବ ପଡ଼ିପାରୁନାହିଁ । ଶରୀରର ଓଜନ କମାଇବା ପାଇଁ ବ୍ୟାୟାମ ଯେତିକି ଜରୁରୀ । ଖାଦ୍ୟପେୟର ଧ୍ୟାନ ଦେବା ମଧ୍ୟ ସେତିକି ଜରୁରୀ ହୋଇଥାଏ । ଡାଏଟିଙ୍ଗ, ବ୍ୟାୟାମ ସାଙ୍ଗକୁ ଆହୁରି ଏକ ଗୁରୁତ୍ୱପୂର୍ଣ୍ଣ ଜିନିଷ ରହିଛି, ଯାହା ଓଜନ କମାଇବାରେ ବଡ଼ ଭୂମିକା ଗ୍ରହଣ କରିଥାଏ ।

    ହେଲ୍ଥ ଏକ୍ସପର୍ଟଙ୍କଠାରୁ ଆରମ୍ଭ କରି ଡାଏଟିସିଆନମାନେ ଓଜନ କମାଇବା ପାଇଁ ପ୍ରଚୁର ପରିମାଣରେ ପାଣି ପିଇବାକୁ ପରାମର୍ଶ ଦେଇଥାନ୍ତି । ପାଣି କେବଳ ଓଜନ କମାଇବା ପାଇଁ ଲାଭଦାୟକ ତାହା ନୁହେଁ, ଏହା ଆପଣମାନଙ୍କ ୱେଟ୍ ଲସ୍ ସ୍ପିଡକୁ ଜୋର କରିଥାଏ । ପାଣି ପିଇବାର ୧୦ ମିନିଟ ପରେ କ୍ୟାଲୋରି ବର୍ନିଂ ରେଟ୍ ବୁଷ୍ଟ ହୁଏ । ହେଲେ ଆପଣ ଜାଣିଛନ୍ତି କି ଓଜନ କମାଇବା ପାଇଁ ଦିନକୁ କେତେ ଗ୍ଲାସ ପାଣି ପିଇବା ଆବଶ୍ୟକ? ତେବେ ଚାଲନ୍ତୁ ଜାଣିବା ଏହା ବିଷୟରେ ଅଧିକ…

    ପର୍ଯ୍ୟାପ୍ତ ପାଣି ପିଇବା ଦ୍ୱାରା ପେଟ ଫୁଲ୍ ରୁହେ, ଯେଉଁ କାରଣରୁ ଭୋକ ଲାଗିବା କମିଯାଏ । ଯଦି ଆପଣ ଦ୍ରୁତ ବେଗରେ ଶରୀରର ଓଜନ କମାଇବାକୁ ଚାହୁଁଛନ୍ତି ତେବେ ଦିନକୁ ଆପଣ ୮ ଗ୍ଲାସ ପାଣି ପିଇବା ଆବଶ୍ୟକ ।

    ଯଦି ଆପଣ ୱାର୍କ ଆଉଟ୍ କରୁଛନ୍ତି ଶରୀରରୁ ଅଧିକମାତ୍ରାରେ ଝାଳ ବୁହାଉଛନ୍ତି, ତେବେ ଆପଣଙ୍କୁ ୮ ଗ୍ଲାସରୁ ଅଧିକ ପାଣି ପିଇବା ଜରୁରୀ । ପାଣି ପିଇବା ଦ୍ୱାରା କେବଳ ଓଜନ କମେ ନାହିଁ ବରଂ ବିଭିନ୍ନ ରୋଗରୁ ମୁକ୍ତି ମିଳେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    28.3 ° C
    28.3 °
    28.3 °
    34 %
    1.1kmh
    71 %
    Tue
    42 °
    Wed
    43 °
    Thu
    43 °
    Fri
    44 °
    Sat
    43 °

    ସମ୍ବନ୍ଧିତ