Saturday, July 27, 2024
24.6 C
Odisha

    କଂଗ୍ରେସ ନେତା ସଚିନ ପାଇଲଟଙ୍କ ପ୍ରେସମିଟ । କହିଲେ ଜୁମଲା ସରକାରକୁ ଲୋକଙ୍କ ବିଶ୍ୱାସ ନାହିଁ

    ଆଗକୁ ପଢନ୍ତୁ

    କଂଗ୍ରେସ ନେତା ସଚିନ ପାଇଲଟଙ୍କ ପ୍ରେସମିଟ । ବିଜେଡି ବିଜେପିକୁ ଟାର୍ଗେଟ କଲେ ସଚିନ । କହିଲେ ଚଳିତ ନିର୍ବାଚନରେ ପରିବର୍ତ୍ତନ ଆଣିବ । ଜୁମଲା ସରକାରକୁ ଲୋକେ ବିଶ୍ୱାସ କରୁନାହାନ୍ତି । ବିଜେପି ୧୦ବର୍ଷର ହିସାବ ଦଉନି । ବିଜେଡି ବିଜେପି ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍ । ବିଜେଡି ବିଜେପିର ଡବଲ ଇଂଜିନ ସରକାର ଚାଲିଛି । ପ୍ରଥମେ ବାଲେଶ୍ୱରରେ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ ବରିଷ୍ଠ କଂଗ୍ରେସ ନେତା ସଚିନ ପାଇଲଟ । ବାଲେଶ୍ୱର ମିଶନ ପଡିଆରେ ଆୟୋଜିତ ସଂକଳ୍ପ ସମାବେଶରେ ସାମିଲ ହୋଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିବା ସହ ସଭାମଂଚରୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ ସଚିନ ପାଇଲଟ । ଏଥିସହ ସେ କହିଥିଲେ ଓଡିଶାରେ ବିଜେପି ଓ ବିଜେପି ଏକ ହୋଇଛନ୍ତି । ଦୁଇ ଦଳର ମଧୁଚନ୍ଦ୍ରିକା ଯୋଗୁଁ ରାଜ୍ୟର ସ୍ୱାର୍ଥ ଓ ବିକାଶ କାମ ବାଟବଣା ହେଉଛି ବୋଲି କହିଛନ୍ତି ସଚିନ ପାଇଲଟ ।

    ସେହିପରି ବିଜେପିକୁ ଟାର୍ଗେଟ କରି କହିଛନ୍ତି, ଦେଶର ୪ଟି ପର୍ଯ୍ୟାୟ ମତଦାନ ପରେ ଏନଡିଏ ବ୍ୟାକଫୁଟକୁ ଚାଲିଯାଇଛି । ବାଲେଶ୍ୱରର ସାଂସଦ ଶ୍ରୀକାନ୍ତ ଜେନା ଥିବା ସମୟରେ ଅଂଚଳରେ ବିକାଶ ହୋଇଥିଲା । କିନ୍ତୁ ଗତ ୧୦ ବର୍ଷ ହେଲା ବାଲେଶ୍ୱରର ବିକାଶ କାମ ଠପ୍ ହୋଇପଡିଛି । ତେଣୁ ଏଥର କଂଗ୍ରେସ ସାଂସଦ ପ୍ରାର୍ଥୀ ଶ୍ରୀକାନ୍ତ ଜେନା ଓ କଂଗ୍ରେସ ବିଧାୟକ ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ବିଜୟୀ କରାଇବାକୁ ସେ ଭୋଟରଙ୍କୁ ଅପିଲ କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ