Monday, September 14, 2026
28.8 C
Odisha

    ସୁପ୍ରିମକୋର୍ଟରେ ପହଞ୍ଚିଲା ଆଇନଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା

    ଆଗକୁ ପଢନ୍ତୁ

    କୋଲକାତା: କୋଲକାତାରେ ଜଣେ ଆଇନ ଛାତ୍ରୀଙ୍କୁ କରାଯାଇଥିବା ଗଣଦୁଷ୍କର୍ମ ମାମଲା ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଛି। ସୁପ୍ରିମକୋର୍ଟର ଓକିଲ ସତ୍ୟମ ସିଂହ ସୋମବାର (ଜୁନ୍ ୩୦, ୨୦୨୫) କୋର୍ଟଙ୍କ ତତ୍ତ୍ୱାବଧାନରେ ସିବିଆଇ ତଦନ୍ତ ଦାବି କରି ଏକ ଆବେଦନ ଦାଖଲ କରିଛନ୍ତି। ସୁପ୍ରିମକୋର୍ଟରେ କରାଯାଇଥିବା ଆବେଦନରେ ଆବେଦନକାରୀ ଦୁଇଟି ଦାବି କରିଛନ୍ତି। ଗୋଟିଏ ତଦନ୍ତ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ହୋଇଯିବା ଆବଶ୍ୟକ। ଦ୍ବିତୀୟରେ ପୀଡିତାଙ୍କ ସୁରକ୍ଷା ଏବଂ କ୍ଷତିପୂରଣର ଦାବି କରାଯାଇଛି ।

    ଉଲ୍ଲେଖଯୋଗ୍ୟ, ଜୁନ ୨୫ ତାରିଖରେ ଦକ୍ଷିଣ କୋଲକାତାର ଆଇନ କଲେଜର ଜଣେ ପ୍ରଥମ ବର୍ଷର ଛାତ୍ରୀଙ୍କୁ ଦୁଇଜଣ ସିନିୟର ଛାତ୍ର ଏବଂ ଜଣେ ପୂର୍ବତନ ଛାତ୍ର ଗଣଦୁଷ୍କର୍ମ କରିଥିଲେ। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ମନୋଜିତ ମିଶ୍ର ସହିତ ୪ଜଣଙ୍କୁ ଏଯାବତ ଗିରଫ କରାଯାଇଛି।

    ଆଇନ ଛାତ୍ରୀଙ୍କୁ କରାଯାଇଥିବା ଗଣଦୁଷ୍କର୍ମ ମାମଲା ସାମ୍ନାକୁ ଆସିବା ପରେ, ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ କଂଗ୍ରେସ ଦଳ ଅସନ୍ତୋଷ ବ୍ୟକ୍ତ କରି ବଙ୍ଗଳାର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନ ଉଠାଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    28.8 ° C
    28.8 °
    28.8 °
    73 %
    0.4kmh
    58 %
    Mon
    31 °
    Tue
    31 °
    Wed
    31 °
    Thu
    31 °
    Fri
    31 °

    ସମ୍ବନ୍ଧିତ