Thursday, March 5, 2026
24.6 C
Odisha

    କନ୍ୟା ସନ୍ତାନକୁ ଜନ୍ମ ଦେଲେ ଦଶମ ଶ୍ରେଣୀ ଛାତ୍ରୀ

    ଆଗକୁ ପଢନ୍ତୁ

    ଭବାନୀପାଟଣା: କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ଜଣେ ଦଶମ ଶ୍ରେଣୀ ଛାତ୍ରୀ ମା’ ହେବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଏ ନେଇ ଛାତ୍ରୀଙ୍କ ପରିବାର ଲୋକେ ଥାନାର ଦ୍ୱାରସ୍ଥ ହୋଇ ନ୍ୟାୟ ଭିକ୍ଷା କରିଛନ୍ତି। ଛାତ୍ରୀଙ୍କ ସାନବାପା ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ, ତାଙ୍କ ୧୬ ବର୍ଷୀୟା ଝିଆରୀ ବୁଧବାର ଅପରାହ୍ନରେ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ରାୟଗଡ଼ା ଜିଲା କାଶୀପୁର ଥାନା ମାଇକଞ୍ଚ ଗ୍ରାମର ନୀଳଧର ନାଏକ ନାମକ ଯୁବକ ବିବାହ ପ୍ରଲୋଭନ ଦେଖାଇ ଛାତ୍ରୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ସନ୍ତାନ ଜନ୍ମ ପରେ ଛାତ୍ରୀଙ୍କୁ ସାଙ୍ଗରେ ତାଙ୍କ ଘରକୁ ନେବା ଲାଗି କୁହାଯାଇଥିଲେ ମଧ୍ୟ ନୀଳଧର ଏଥିରେ ରାଜି ହୋଇ ନ ଥିଲେ। ବର୍ତ୍ତମାନ ଝିଅର ଭବିଷ୍ୟତ ନେଇ ପରିବାର ଚିନ୍ତିତ। ତାଙ୍କୁ ନ୍ୟାୟ ଦେବାକୁ ସେମାନେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୋଲିସ ଏକ ମାମଲ। ରୁଜୁକରି ତଦନ୍ତ ଆରମ୍ଭ କରିଛି। ଏହି ସମ୍ପର୍କରେ ତଦନ୍ତକାରୀ ଅଧିକାରୀ ରଶ୍ମି ରଞ୍ଜନ ବାଗଙ୍କୁ ପଚାରିବାରୁ ସେ କହିଥିଲେ, ଅଭିଯୁକ୍ତ ନିଳଧରଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି। ଶୁକ୍ରବାର ପୀଡ଼ିତାଙ୍କ ମେଡିକାଲ ପରୀକ୍ଷା ପରେ ପୋକ୍ସୋ କୋର୍ଟରେ ମାଜିଷ୍ଟ୍ରେଟଙ୍କ ଆଗରେ ବୟାନ ନିଆଯିବ ଏବଂ ତଦନୁସାରେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ତଦନ୍ତକାରୀ ଅଧିକାରୀ ସୂଚନା ଦେଇଛନ୍ତି। ଅନ୍ୟପକ୍ଷେ ନାବାଳିକା ଛାତ୍ରୀ ଓ ତାଙ୍କ ଶିଶୁକନ୍ୟାକୁ ସରକାରଙ୍କ ତରଫରୁ ଥଇଥାନ କରିବା ପାଇଁ ପରିବାର ଓ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.6 ° C
    24.6 °
    24.6 °
    21 %
    2.1kmh
    5 %
    Wed
    24 °
    Thu
    37 °
    Fri
    38 °
    Sat
    38 °
    Sun
    38 °

    ସମ୍ବନ୍ଧିତ