Thursday, March 12, 2026
22 C
Odisha

    କୃତ୍ରିମ ବୁଦ୍ଧିମତା (ଏଆଇ)ର ଦୁରୁପଯୋଗ କରି ଭୋଟରଙ୍କୁ ବିଭ୍ରାନ୍ତ କରୁଛି ବିଜେଡି: ସତ୍ୟବ୍ରତ ପଣ୍ଡା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର / ନୂଆପଡା, ତା.୦୮/୧୧:  ଗତ ୨୦୨୪ ମସିହା ସାଧାରଣ ନିର୍ବାଚନରେ ପରାଜୟ ଭୋଗିବା ପରେ, ବିଜେପି ସୋସିଆଲ ମିଡିଆରେ ଅପପ୍ରଚାର କାରଣରୁ ବିଜେଡିର ପରାଜୟ ଘଟିଛି ବୋଲି ଖୋଦ ନବୀନ ପଟ୍ଟନାୟକ ଏବଂ ତାଙ୍କ ଦଳର ନେତାମାନେ ଚିତ୍କାର କରୁଥିଲେ । କିନ୍ତୁ ଆଜି ନିଜ ଅଭଯୋଗକୁ ଭୁଲ ବୋଲି ନିଜେ ବିଜେଡି ପ୍ରମାଣିତ କରିଛି । ବିଜେଡି ଦଳ ନିଜେ ସୋସିଆଲ ମିଡିଆରେ ଅପପ୍ରଚାର କରୁଛି ଏବଂ ନିଶ୍ଚିତ ପରାଜୟର ଆତଙ୍କ ଘାରିଥିବା ବିଜେଡି ବର୍ତମାନ ଆଉ ଦୁଇ ପାଦ ଆଗକୁ ଯାଇ କୃତ୍ରିମ ବୁଦ୍ଧିମତା ତଥା ଏଆଇ ଜ୍ଞାନକୈାଶଳର ଅପବ୍ୟବହାର କରି ବିଭ୍ରାନ୍ତ ସୃଷ୍ଟି କରୁଛି । ଚଳିତ ନୂଆପଡା ଉପନିର୍ବାଚନରେ କୃତ୍ରିମ ବୁଦ୍ଧିମତା (ଆର୍ଟିଫିସିଆଲ ଇଂଟେଲିଜେନ୍ସ) ଜରିଆରେ ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଏବଂ ଧର୍ମଶାଳା ବିଧାୟକ ଶ୍ରୀ ହିମାଂଶୁ ସାହୁଙ୍କ କଦର୍ଥ ଫଟୋଚିତ୍ରକୁ ସାମାଜିକ ଗଣମାଧ୍ୟମ ଫେସବୁକରେ ଭାଇରାଲ କରି ସାଧାରଣ ଭୋଟରଙ୍କୁ ବିଭ୍ରାନ୍ତ କରିବାର ଅପଚେଷ୍ଟା କରିଛି । ଏହା ସଂପୂର୍ଣ୍ଣ ଭାବେ ଦଣ୍ଡନୀୟ ଅପରାଧ ଏବଂ ଏଭଳି ବିଶୃଙ୍ଖଳାକାରୀଙ୍କ ବିରୁଦ୍ଧରେ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଆଇନ ମୁତାବକ ଦଣ୍ଡବିଧାନ କରିବାକୁ ବିଜେପିର ଏକ ପ୍ରତିନିଧିଦଳ ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଦାବୀ କରିଛି ।

    ରାଜନୀତିରେ ଶାଳିନତାର ପାଠ ପଢାଉଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିଜ ଦଳର କର୍ମୀଙ୍କୁ ପାଠ ପଢାଇବା ପରିବର୍ତ୍ତେ ନିରବ ସାଜିବା ଅତ୍ୟନ୍ତ ଆଶ୍ଚର୍ଯ୍ୟର ବିଷୟ । ସତ କେବେ ଲୁଚି ରହେ ନାହିଁ । ଭୋଟ ହାତେଇବା ପାଇଁ ଏଆଇ ଫଟୋ ଭାଇରାଲ କରି ବିଜେଡିର ନେତାମାନେ କରୁଛନ୍ତି କଣ ଏବଂ ନିଜେ ନବୀନ ବାବୁ କାହିଁକି ମୁକ ଓ ବଧିର ପାଲଟିଛନ୍ତି ? ବିଜେଡି ପରାଜୟ ଭୟରେ ଏପରି ହୀନ ଅପଚେଷ୍ଟା କରୁଛି । ଯାହାକୁ ଆମେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛୁ ଓ ସାଇବର ଆଇନ ଅନୁସାରେ ଏହା ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛୁ ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ସତ୍ୟବ୍ରତ ପଣ୍ଡା କହିଛନ୍ତି ।ଏହି ପ୍ରତିନିଧିମଣ୍ଡଳୀରେ ରାଜ୍ୟ ଉପସଭାପତି ଡ.ଯତୀନ ମହାନ୍ତି, ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ କୁମାର ଦାସ, ଲିଗାଲ ସେଲ ରାଜ୍ୟ ସଂଯୋଜକ ଜୟନ୍ତ ଜେନା, ରାଜ୍ୟ ସାମାଜିକ ଗଣମାଧ୍ୟମ ସହ ସଂଯୋଜିକା ମାନସୀ ମଞ୍ଜରୀ ପାଢୀ, ଓବିସି ମୋର୍ଚ୍ଚା ରାଜ୍ୟ ସଂଯୋଜକ ସଂଗ୍ରାମ କେଶରୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22 ° C
    22 °
    22 °
    22 %
    2.2kmh
    0 %
    Thu
    37 °
    Fri
    38 °
    Sat
    39 °
    Sun
    38 °
    Mon
    37 °

    ସମ୍ବନ୍ଧିତ